ଅମଲିପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ବରଗଡ଼ ---- ବରଗଡ ଜିଲ୍ଲା ଅତାବିରା ବ୍ଲକ ଅମଲିପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ସଭାପତି ଭାବେ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ପ୍ରବୀନା ସୁନା, ସମ୍ମାନୀତ ଅତିଥିଭାବେ ପାହାଡ଼ଶ୍ରୀଗିଡ଼ା କ୍ଲଷ୍ଟର୍ କେନ୍ଦ୍ର ସଂଯୋଜକ ଜୟଦେବ୍ ନାଏକ, ବିଦ୍ଯାଳୟର ପରିଚାଳନା କମିଟି ର ସଭାପତି ଅଶୋକ କୁମାର ସାହୁ, ମୁଖ୍ୟ ବକ୍ତା ଚନ୍ଦ୍ରକାନ୍ତ ସାହୁ ଅତିଥିଭାବେ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପାହାଡ଼ଶ୍ରୀଗିଡ଼ା କ୍ଲଷ୍ଟର୍ ର କେନ୍ଦ୍ର ପଣ୍ଡିତ ସୁଶୀଲ କୁମାର ସେଠ୍, ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଭୋଇ ଓ ମହେନ୍ଦ୍ର ପଧାନ, ପୁରାତନ SMC ଅଧ୍ୟକ୍ଷ ଋଷଭ ନାଏକ, ଡୋଳାମଣି ସାହୁ, ଶ୍ୟାମକୁମର ଭୋଇ ଆଦି ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ କର୍ଣ୍ଣ ପ୍ରଧାନ, ଗୁଣମଣି ଲୁହା, ରବୀନ୍ଦ୍ର ନାଥ ଭୋଇ, ଜିତୁ ମହାନନ୍ଦ, ରିକୁନାଥ ଦାସ, ଶିକ୍ଷୟିତ୍ରୀ ରିତା ପଧାନ, ଗିରିଜା ପ୍ରଧାନ, ସଞ୍ଜୁ ଭୁଏ ଓ ରଞ୍ଜିତା ଭୋଇ ଆଦି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।
ଖେଳରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ମହେଶ ଭୁଏ, ଶୃତିମୟୀ ମାଝୀ, ଉତ୍ତମ୍ ମେହେର, ଡୋଲେଶ୍ୱରି ରଣା, ଉତ୍କର୍ଷ ବିଶ୍ଵାଳ, ଅଙ୍କିତା କୁମ୍ଭାର, ଚିନ୍ମୟ ସେଠ୍, ହିମାନି ବିଶ୍ଵାଳ ଚମ୍ପିଆନ୍ ଟ୍ରଫି ପ୍ରଦାନ କରାଯାଇଥିଲା।
HSC ପରୀକ୍ଷା ରେ ବିଦ୍ୟାଳୟ ରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁଷ୍ପକ କୁମାର ସାହୁ(୨୦୨୨-୨୩), ପୂର୍ଣ୍ଣିମା ଭେଙ୍ଗ୍ରା(୨୦୨୧-୨୨), ହରିପ୍ରୀୟା ସିଂ(୨୦୨0-୨୧) ଙ୍କୁ ସମ୍ମାନୀତ କରାଗଲା। ଗଙ୍ଗାଧର ବିଶ୍ଵବିଦ୍ୟାଳୟରେ ସ୍ନାକୋତ୍ତର ରାଜନୀତି ବିଜ୍ଞାନ ରେ ସ୍ଵର୍ଣ୍ଣ ପଦକ ପାଇଥିବା ପୁରାତନ ଛାତ୍ରୀ ନିକିତା ପ୍ରଧାନଙ୍କୁ ସମ୍ମାନୀତ କରାଗଲା।
ତୁଲାରାମ୍ ପଟେଲ, ମଧୁସୂଦନ ରଣା, ବିଦ୍ୟାଳୟ ପରିଚାଳନା କମିଟି ଓ ଛାତ୍ରଛାତ୍ରୀ ବୃନ୍ଦ ଉତ୍ସବକୁ ସହଯୋଗ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୧୨/୨୦୨୩---୮,୫୫ Sakhigopal News,21/12/2023