ସହରର ମୁଖ୍ୟ ରାସ୍ତା କଡ଼ରେ ଅବାଧରେ କଟା ହେଉଛି ନିରୀହ ପଶୁ ପକ୍ଷୀ,ଏଥି ପ୍ରତି ନାହିଁ ପ୍ରଶାସନର କୌଣସି କଟକଣା ନାହିଁ
ଜଟଣୀ :-ଓଡ଼ିଶା ସରକାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଖାଦ୍ୟ ନିରାପତ୍ତା ପକ୍ଷରୁ ସର୍ବସାଧାରଣ ସ୍ଥାନ ମାନଙ୍କରେ ପଶୁ, ପକ୍ଷୀ କଟାଯିବା ଉପରେ କଟକଣା ଜାରି କରାଯାଇଛି । କଂସେଇଖାନା ଅଧିନିୟମ ସେକ୍ସନ୍ ୩୮ ର ଆକ୍ଟ ୧୯୬୦ ର ବିଚ୍ୟୁତି ଦେଖିବାକୁ ମିଳୁଛି ଖୋଦ୍ ରାଜଧାନୀ ଉପକଣ୍ଠସ୍ଥ ଜଟଣୀ ସହରରେ l ପୌରାଞ୍ଚଳର ବିଭିନ୍ନ ଛକ, ବଜାର୍, ସ୍କୁଲ, ଡାକ୍ତରଖାନା, ମନ୍ଦିର, ଚର୍ଚ୍ଚ ଆଦି ସ୍ଥାନମାନଙ୍କରେ ଲାଇସେନ୍ସ କି ରେଜିଷ୍ଟ୍ରେସନ୍ ନଥାଇ ଅନୁମତି କି ବିନା କଂସେଇଖାନା ରେ ଶହେରୁ ଉର୍ଦ୍ଧ ସ୍ଥାନରେ ଚାଲିଛି ମାଂସ କଟା l ନିୟମ ଉଲଙ୍ଘନ କରି ରାସ୍ତାକଡ଼ରେ ପଶୁ ପକ୍ଷୀ ହତ୍ୟା ଆମ ସଭ୍ଯତାର ଅମାନୁଷିକ ଚରିତ୍ରକୁ ପଦାରେ ପକାଉଛି l ଛେଳି ମେଣ୍ଢା ମାନଙ୍କର କଟା ମୁଣ୍ଡ ଓ ଗୋଡ଼ ଗୁଡିକ ସର୍ବସମ୍ମୁଖରେ ରଖାଯାଇ ପ୍ରଦର୍ଶିତ କରାଯାଉଥିବା ବେଳେ କୋମଳମତି ଶିଶୁ ମାନେ ସେସବୁ ଦେଖି ମାନସିକ ସ୍ତରରେ ଭାଙ୍ଗି ପଡୁଛନ୍ତି । ଧାର୍ମିକ ଭାବନା ନେଇ ଧର୍ମାନୁଷ୍ଠାନକୁ ଯାଉଥିବା ନାଗରିକ ମାନଙ୍କ ଚିନ୍ତାଧାରା କିଭଳି ହେଉଥିବ ତାହା ସହଜେ ଅନୁମେୟ l ଅନେକ ସ୍ଥାନରେ ଖୁଲମ୍ ଖୋଲା କଂସେଇଖାନା ଚାଲିଥିବା ବେଳେ ବର୍ତ୍ତମାନ କ୍ଷେତ୍ରରେ କୁଦିଆରି ବଜାରରେ ବହୁ ସଂଖ୍ଯାରେ ଥିବା ବଧ ସ୍ଥଳରେ ଛେଳି, ମେଣ୍ଢା ଓ କୁକୁଡ଼ାଙ୍କର ମୁଣ୍ଡ ଗଡି ପରିବେଶ ପ୍ରଦୂଷିତ ହେଉଥିବା ବେଳେ ଏ ବାବଦରେ ସ୍ଥାନୀୟ ପ୍ରଶାସନର ନୀରବତାକୁ ନେଇ ପରିବେଶବିତ୍ ଙ୍କୁ ବ୍ୟଥିତ କରିଛି l ପୌରପରିଷଦ ପକ୍ଷରୁ ଟୋକନ ହୋଇଥିବା ପଶୁଙ୍କ ବାବଦରେ ମାଂସକଟାଳୀ ମାନେ ରସିଦ୍ କାଟିବା କଥା, ତେବେ ଆଶ୍ଚର୍ଯ୍ୟର ବିଷୟ ବର୍ଷ ବର୍ଷ ଧରି ଏଭଳି ପ୍ରକ୍ରିୟା ବିନା ଅନୁମତିରେ ଦାୟିତ୍ଵରେ ଥିବା କର୍ମଚାରୀ ମାନଙ୍କୁ ହାତ ଗୁଞ୍ଜା ଭାବେ ଗୋଟା ମାଛ,ମାଂସ ଆଦି ଦେଇ ଲକ୍ଷ ଲକ୍ଷ ଟଙ୍କା ଟିକସ ଫାଙ୍କି ଚାଲିଛି । ଏ ସମସ୍ୟା ସମ୍ପର୍କରେ ସମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ବିଗତ ଦିନରେ ଜିଲ୍ଲାପାଳ ଏବଂ ପରବର୍ତ୍ତୀ ସମୟରେ ୫ ରି ସଚିବଙ୍କୁ ପତ୍ର ଯୋଗେ ନିବେଦନ କରାଯାଇଥିଲା । ଏହା କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ମଧ୍ଯ ଆସିଥିଲା l ତେବେ ଉକ୍ତ ନିର୍ଦ୍ଦେଶ ପାଣିର ଗାର ସାବ୍ୟସ୍ତ ହୋଇଥିବା ଅନୁଭୂତ ହୋଇଛି l ନିର୍ମାଣାଧିନ ଓଭରବ୍ରିଜ ତଳେ ଏମୁଣ୍ଡରୁ ସେମୁଣ୍ଡ ଯାଏଁ ଥିବା କଂସେଇଖାନାରେ ମାଂସ କଟା ସରିବା ପରେ ଆବର୍ଜନା ରକ୍ତ, ପର, ମାଛ କାତି ଆଦିକୁ ସିଧାସଳଖ ରାସ୍ତା ଉପରେ ଢ଼ାଳି ଦିଆଯିବା ସହିତ ସମ୍ମୁଖରେ ଥିବା ଡ୍ରେନ୍ ରେ କୁଢ କୁଢ କୁକୁଡ଼ା ପର ଢାଳି ଦିଆଯିବା ଫଳରେ ପରିବେଶ ଗନ୍ଧରେ ଫାଟି ପଡୁଛି। ଅପରପକ୍ଷେ ଏହି ବେଆଇନ କଂସେଇଖାନା ଅଞ୍ଚଳଟି ରେଳବାଇ ପରିସୀମା ମଧ୍ୟରେ ଆସୁଥିବା ହେତୁ ଏ ବାବଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ଭାବନା ପରିବାର ପକ୍ଷରୁ ମଣ୍ଡଳ କାର୍ଯ୍ଯାଳୟରେ ଅତିରିକ୍ତ ମଣ୍ଡଳ ପ୍ରବନ୍ଧକଙ୍କୁ ସାକ୍ଷାତ କରାଯାଇ ମଣ୍ଡଳ ପ୍ରବନ୍ଧକଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୧୨/୨୦୨୩---୯,୦୦ Sakhigopal News,29/12/2023