ସ୍ବର୍ଗତ ଖିରେଶ୍ୱର ନାଏକ ଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ଚାରଣ ସଭା ଓ ବନ୍ଧୁ ମିଳନ
ବରଗଡ଼ ---ବାବେବିରା ଠାରେ ସ୍ବର୍ଗତ ଖିରେଶ୍ୱର ନାଏକ ଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ଚାରଣ ସଭା ସହିତ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି।
ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲୁଣ୍ଡା ପଞ୍ଚାୟତ ବାବେବିରା ଠାରେ ଓଡିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଜାତୀୟ କୃଷକ ଦିବସ ପାଳନ ଅବସରରେ ସଂଗଠନ ସଭାପତି ଷଢାନନ ଭୋଇ ଙ୍କ ଅଧ୍ୟକ୍ଷତା ରେ ସ୍ବର୍ଗତ ଖିରେଶ୍ଵର୍ ନାଏକ ଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ଚାରଣ ସଭା ଓ ବନ୍ଧୁ ମିଳନ ମହାସମାରୋହରେ ପାଳିତ ହୋଇଯାଇଛି।ସର୍ବ ପ୍ରଥମେ ସ୍ବର୍ଗତ ଖିରେଶ୍ଵର ନାଏକ,ସ୍ବର୍ଗତ ଅରକ୍ଷିତ ନାଏକ ଓ ସ୍ବର୍ଗତ ମାଳତୀ ନାଏକ ଙ୍କ ତୈଳ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୁର୍ବକ ଧୂପ ଦ୍ଵୀପ ପ୍ରଜ୍ବଳନ କରି ଦିବଙ୍ଗତ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।ଏଥିରେ ସଂଗଠନ ର ବରିଷ୍ଠ ଉପଦେଷ୍ଟା ତଥା ବାରପାହାଡ ଟାଇଗର ଭାବେ ପରିଚିତ ବୃଷଭାନୁ ସାହୁ,ସଂଗ୍ରାମୀ ଚାଷୀ ନେତା ଦୟା ସାଗର ଭୋଇ,ବ୍ଲକ୍ ସଭାପତି ହାରା ଦନ ପ୍ରଧାନ,ସମ୍ପାଦକ ଲୋକେ ଶ୍ଵର୍ ପ୍ରଧାନ,ପ୍ରକାଶ ନାଏକ,ଭିକାରୀ ଚରଣ ବାରିକ,ବସନ୍ତ ବାରିକ ପ୍ରମୁଖ ସକ୍ରିୟ ଯୋଗ ଦେଇଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ଗ୍ରାମର ବୟୋଜ୍ୟେଷ୍ଠ ଧନପତି ଗରିଆ ଓ ବରିଷ୍ଠ ସାମ୍ବାଦିକ ନବୀନ କୁମାର ଦାଶ ଙ୍କୁ ଫୁଲ ଚନ୍ଦନ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ବାବେବିରା ଗ୍ରାମର ବହୁ ବୟୋଜ୍ୟେଷ୍ଠ ମହିଳା ଓ ପୁରୁଷ ମାନେ ଯୋଗ ଦେଇ ଆନନ୍ଦ ଉଲ୍ଲାସ ର ସହ 'ଏକତା ହିଁ ବଳ" ର ଉଦାହରଣ ସୃଷ୍ଟି କରିଥିଲେ।ନିଜ ନିଜ ଭିତରେ ଭାବ ବିନିମୟ ସହ ଦିବଙ୍ଗତ ମାନଙ୍କ ସ୍ମୃତି ଚାରଣ ଉଦ୍ଧେଶ୍ୟ ରେ ନିଜ ନିଜ ର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସହ ଏକ ଚାରା ରୋପଣ କରାଯାଇ ଥିଲା।ପରି ଶେଷରେ ସଂଗଠନ ର ସମ୍ପାଦକ ଲୋକେଶ୍ଵର ପ୍ରଧାନ ଚାଷ ଓ ଚାଷୀ ଉନ୍ନତି ସାଧନ ନିମନ୍ତେ ସମସ୍ତେ ଏକ ହୋଇ ଲଢି ନିଜ ହକ୍ କୁ ଦୁର୍ନୀତି ଖୋର୍ ତଥା ଚାଷୀ ମାରଣ ସରକାର ଠାରୁ ଛଡେଇ ନେବାକୁ ହେବ ବୋଲି କହି ଧନ୍ୟବାଦ୍ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ ,୨୩/୧୨/୨୦୨୩----୭,୨୫ Sakhigopal News,23/12/2023
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ ,୨୩/୧୨/୨୦୨୩----୭,୨୫ Sakhigopal News,23/12/2023