ସାକ୍ଷୀଗୋପାଳ ଠାକୁରଙ୍କର ଘୋଡଲାଗି ବେଶ ଆରମ୍ଭ
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ମନ୍ଦିରରେ ଓଢ଼ଣଷଷ୍ଠୀ ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ ସାକ୍ଷୀଗୋପାଳ ଠାକୁରଙ୍କର ପାରମ୍ପାରିକ ଘୋଡଲାଗି ବେଶ ଅନୁଷ୍ଠିତ ହୋଇଯାଇଛି । ଦୈନଦିନ ଦେବନିତି ସହିତ ଦ୍ୱିପ୍ରହର ଧୁପ ବେଶରେ ନୁତନ ଘୋଡଲାଗି, ଯାତଭୋଗ, ଉପଚାର ଓ ଆଳତୀ କରାଯିବାପରେ ଶୀତଯୋଗୁ ରେଶମ କପଡାରେ ପ୍ରସ୍ତୁତ ନୂଆଘୋଡ (ଚାଦର) ଠାକୁରଙ୍କ ସର୍ବାଙ୍ଗ ଶରୀରରେ ଢ଼ାଙ୍କି ଦିଆଯାଇଛି । ମୂଖମଣ୍ଡଳ ବ୍ୟତିତ ମସ୍ତକରେ ମୁଣ୍ଡଘୋଡ ( ମଫଲର ) ବାନ୍ଧି ଦିଆଯାଇଥିଲା । ଅନୁରୂପ ଭାବେ ଶ୍ରୀରାଧାଙ୍କୁ ରେଶମ ଘୋଡରେ ଆଛାଦିତ କରାଯାଇଛି । ମନ୍ଦିର ବେଢ଼ାରେ ରହିଥିବା ଅନ୍ୟ ଠାକୁରଙ୍କ ମଧ୍ୟରେ ମଦନମୋହନ, ଗୋପୀନାଥ, ଗଣେଶ, ନୃସଂହ, ବଳିବାବନ, ଶୁକର, ନବଗ୍ରହ, ମହାବୀର, ଲକ୍ଷ୍ମୀ, ସରସ୍ୱତୀ, ରାମ ଲକ୍ଷ୍ମଣ, ସୀତା, ଗରୁଡ ଓ ପତିତପାବନଙ୍କୁ ଘୋଡଲାଗି କରାଯାଇଛି । ଏଭଳିବେଶ ଆସନ୍ତା ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ପ୍ରତିଦିନ ଅନୁଷ୍ଠିତ ହେବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍କ ଠାରୁ ସୁଚନା ମିଳିଛି । ଏହି ସମୟରେ ଠାକୁରଙ୍କର କେବଳ ଶ୍ରୀମୁଖ ଦର୍ଶନ ମିଳିବ । ଶୀତ ଅଧିକ ହେବାଯୋଗୁ ପ୍ରଭୁ ଶ୍ରୀ ଗୋପିନାଥ ମା ରାଧାରାଣୀଙ୍କୁ ରେଶମ କପଡା ଚଦରେ ଆଦୃତ ହୋଇ ରହିଥାନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୧୨/୨୦୨୩----୮,୧୦ Sakhigopal News, 19/12/2023