Breaking News

ବରାଳ ବାଲୁଙ୍କେଶ୍ୱର ଓ ମା ଦକ୍ଷୀଣକାଳୀଙ୍କ ମନ୍ଦିର ଉନ୍ନତି ସହିତ ଏକ କୋଟି ଟଙ୍କାରେ ନିର୍ମାଣ ହେବ ମିନିଷ୍ଟାଡିୟମ



ସାକ୍ଷୀଗୋପାଳ--- ସତ୍ୟବାଦୀରେ ବରାଳ ବାଲୁଙ୍କେଶ୍ୱର , ବୀରଗୋବିନ୍ଦପୁର ଗ୍ରାମରେପୂଜିତ ମା ଦକ୍ଷୀଣକାଳୀଙ୍କ ପୀଠର ଉନ୍ନତି ସହିତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ବହୁ ଶିଘ୍ର ନିର୍ମାଣ ହେବାକୁ ଯାଉଛି ଏକ କୋଟି ବିନିମୟରେ ମିନିଷ୍ଟାଡିୟମ । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ବ୍ଳକ ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ ,ବିଡିଓ ଲିପିସା ରାୟ, ବ୍ଳକର ଏଇଇ ଶ୍ୱେତା ନାୟକ, ଏସଡିପିଓ ବିରଞ୍ଚି  କୁମାର ପତି, ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା, ବରାଳ ବାଲୁଙ୍କେଶ୍ୱର ଦେବଙ୍କ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜ ବଲ୍ଲଭ ମିଶ୍ରଙ୍କ ସହିତ ସେବାୟତ ଓ ବୀରଗୋବିନ୍ଦପୁର କୋଠ ସଭାପତି ବୈକୁଣ୍ଠ ନାଥ ନନ୍ଦ ପ୍ରମୁଖ ଯୋଗ ଦେଇ ମନ୍ଦିରର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ । ବରାଳ ମନ୍ଦିରର ଉନ୍ନତି କରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ  ଫଣ୍ଡରୁ ୯୬ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି ।  ପ୍ରଥମ ପର୍ଯ୍ୟାୟରେ କଲ୍ୟାଣ ମଣ୍ଡପ ପାଇଁ ୧୦ ଲକ୍ଷ ଓ କମ୍ୟୁନିଟ ଶୌଚାଳୟ ପାଇଁ ୩ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି । ମା ଦକ୍ଷୀଣକାଳୀ ମନ୍ଦିରର ଉନ୍ନୟନ ପାଇଁ ୩୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ସବୁଠାରୁ ବଡ କଥା ରାଜ୍ୟ ସରକାର ସତ୍ୟବାଦୀରେ ବକୁଳବନ ନିକଟରେ ଥିବା ଉଚ୍ଚ ବିଦ୍ୟାଳୟର ଖେଳ ପଡିଆକୁ ଏକ କୋଟି ଟଙ୍କା ବିନିମୟରେ ଏକ ସୁନ୍ଦର ଆକର୍ଷଣୀୟ ମିନିଷ୍ଟାଡିୟମ କରିବା ପାଇଁ ଅର୍ଥ ମଞ୍ଜୁର କରାଯାଇଛି ବୋଲି ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ସୁଚନା ଦେଇଛନ୍ତି ।  ଯାହାକି ବହୁ ଶିଘ୍ର ଏହି ଅର୍ଥ ଖର୍ଚ୍ଚ କରାଯାଇ କାମ କରାଯିବ ବୋଲି ବିଡିଓ ଲିପିସା ରାୟ କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୧୨/୨୦୨୩----୭,୧୦   Sakhigopal News, 15/12/2023

Blog Archive

Popular Posts