Breaking News

ଭଞ୍ଜନଗରରେ ଓଷ୍ଟା ଟେଲେଣ୍ଟ ସର୍ଚ୍ଚ ପରୀକ୍ଷା ଅନୁଷ୍ଠିତ




ଭଞ୍ଜନଗର :-ସ୍ଥାନୀୟ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଓଷ୍ଟା ଟେଲେଣ୍ଟ ସର୍ଚ୍ଚ ପରୀକ୍ଷା 2023 ଅନୁଷ୍ଠିତ ହୋଇଯାଇଛି l ଓଷ୍ଟା ପ୍ରଦତ୍ତ ପ୍ରଶ୍ନ ପତ୍ର କୁ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରାଜ କହଁର ଉନ୍ମୋଚନ କରିଥିଲେ । ଜବାହର ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡlର ପ୍ରଧାନଶିକ୍ଷକ ତଥା ଗଞ୍ଜାମ ଜିଲ୍ଲା ଓଷ୍ଟl ସଭାପତି ସନ୍ତୋଷ ଜେନା, ଯୁଗ୍ମ ସମ୍ପାଦକ ପିତାମ୍ବର ପାଢ଼ୀ, ବରିଷ୍ଠ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ, ରଶ୍ମିତା ସାହୁ, ଆଦିତ୍ୟ ତ୍ରିପାଠୀ ଉପସ୍ଥିତ ଥିଲେ l ଜଗନ୍ନାଥ ପ୍ରସାଦ ଓ ଭଞ୍ଜନଗର ବ୍ଲକର ବାରଟି ବିଦ୍ୟାଳୟରୁ 128 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ  l ଏହାକୁ ଗାଲେରୀ ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡା ଉଚ୍ଚ ବିଦ୍ୟାଳୟ, ଜ୍ଞାନ ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟ, କୋକଲବା, ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ l ଜିଲ୍ଲାର ଚାରିଟି ସ୍ଥାନ ଭଞ୍ଜନଗର, ବ୍ରହ୍ମପୁର,କେଶପୁର ଓ ଶେରଗଡ଼ ବିଦ୍ୟାଳୟ ମାନଙ୍କରେ ପ୍ରାୟ 400 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି l ଜିଲ୍ଲା ଓଷ୍ଟା ସମ୍ପାଦକ ବିଜୟ କୁମାର ବେହେରା ସମସ୍ତ କେନ୍ଦ୍ରର ପରିଚାଳନା ଦାୟିତ୍ୱ ବହନ କରିଥିବାବେଳେ ଜିଲ୍ଲା କର୍ମକର୍ତ୍ତା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଓଷ୍ଟା ପରିଚାଳିତ ଏହି ପରୀକ୍ଷାକୁ ଅଭିଭାବକ, ବୁଦ୍ଧିଜୀବୀ, ଜନସାଧାରଣ ପ୍ରଶଂସା କରିଥିବା ବେଳେ ରାଜ୍ୟ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି l
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୧୨/୨୦୨୩---୮,୩୫ Sakhigopal News,10/12/2023

Blog Archive

Popular Posts