ଲରମ୍ଭା ମହାବିଦ୍ୟାଳୟ ର "ବ୍ରଜମୋହନ ସମ୍ମାନ" ପାଳିତ
ବରଗଡ଼ ---- ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ଅନୁଷ୍ଠିତ ବ୍ରଜମୋହନ ସାହିତ୍ୟ ସଂସଦରେ କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ବ୍ରଜମୋହନ ପଣ୍ଡାଙ୍କ ସୁପୁତ୍ର ଶ୍ରୀମାନ ପଦ୍ମଲୋଚନ ପଣ୍ଡା, ମୁଖ୍ୟବକ୍ତା ଅବସରପ୍ରାପ୍ତ ଓଡିଆ ପ୍ରାଧ୍ୟାପକ ଡଃ ଶ୍ୟାମ ସୁନ୍ଦର ଧର ସମ୍ବଲପୁର, ମୁଖ୍ୟ ଅତିଥି ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀମାନ ରବିନାରାୟଣ ପଣ୍ଡା, ସଂସଦର ଉପ ସଭାପତି ଓଡିଆ ବିଭାଗୀୟ ମୁଖ୍ୟ ଡଃ ଶାନ୍ତିଲତା ବାରିକ ଉପସ୍ଥିତ ଥିଲେ । ବ୍ରଜମୋହନଙ୍କ ପଲ୍ଲୀଶିକ୍ଷା ପ୍ରାଣତା ଓ କବିତ୍ବ ଚିନ୍ତାଧାରକୁ ଆଲୋଚନା କରାଯାଇଥିଲା । ସାରସ୍ବତ ସାଧନାର ବହୁମୁଖି ପ୍ରତିଭାକୁ ଦେଖି ଚଳିତ ବର୍ଷ ୨୩/୨୪ ର "ବ୍ରଜମୋହନ ସମ୍ମାନ" ଡଃ ଶ୍ୟାମସୁନ୍ଦର ଧରଙ୍କୁ ମିଳିପାରିଛି । ଏତଦ ବ୍ୟତୀତ ଓଡିଆ ସମ୍ମାନ ବିଭାଗରୁ କୃତିତ୍ବ ଅର୍ଜନ କରିଥିବା ଛାତ୍ରୀ ଲିପସା ରାଣୀ ଖେତିଙ୍କୁ ପ୍ରଭାତୀ ରଥ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ମଞ୍ଚ ପରିଚାଳନା କରିଥିଲେ ଡଃ ଅଜିତକୁମାର ନାଥ,ଡଃ ରଂଜିତ ପ୍ରଧାନ ଓ ଯଶୋବନ୍ତୀ ପୁରସ୍କାର ବଣ୍ଟନ କରିଥିବା ବେଳେ ସଂଘମିତ୍ରା ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ଅଧିବେଶନରେ ସମ୍ବଲପୁରୀ ନାଟକ 'ଜନ୍ କେ କାନ୍ଦ୍ କାନ୍ଦ୍ ' ଲାଗୁଛେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ମଞ୍ଚସ୍ଥ ହୋଇଥିଲା । ଏଥିରେ ଡଃ ଦିଗମ୍ବର ଚାନ୍ଦ, ମନୋରଞ୍ଜନ ତ୍ରିପାଠୀ, ପ୍ରମୋଦ କୁମାର ସେଠ, ଡଃ ସୁବଳରଞ୍ଜନ ସାହୁ , ରବିନ୍ଦ୍ର ନାଏକ, ମୁକେଶ ଧାନୁକା, ସରୋଜ କୁମାର ନାଏକ, ପବିତ୍ର ମାହାଣା ସମେତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୧୨/୨୦୨୩-----୮,୪୫ Sakhigopal News,12/12/2023
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୧୨/୨୦୨୩-----୮,୪୫ Sakhigopal News,12/12/2023