ସତ୍ୟବାଦୀ ଗୁରୁକୁଳ ସ୍କଲାର୍ସ ବିଦ୍ୟାଳୟର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ସାକ୍ଷୀଗୋପାଳ--- ସତ୍ୟବାଦୀ ଗୁରୁକୁଳ ସ୍କଲାର୍ସ ବିଦ୍ୟାଳୟର ପଞ୍ଚମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଥିଲା । ମୁଖ୍ୟଅତିଥି ଭାବେ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଓ ମୁଖ୍ୟବକ୍ତା ଡ. ବୈରାଗୀ ଚରଣ ପଟ୍ଟନାୟକଙ୍କ ଯୋଗ ଦେଇ କୁନି କୁନି ପିଲା ମାନଙ୍କର ନାଚଗୀତ ଦେଖି ବେଶ ଖୁସି ହୋଇଥିଲେ । ଗୁରୁ ଯେଉଁଦିନ ଖୁସି ହେବ ତାର ଶିଷ୍ୟ ତାଙ୍କ ଠାରୁ ;ଗଟେିଏ ପାଦ ଆଗରେ ରହିବ ସେହିଦିନ ଗୁରୁଙ୍କୁ ଲୋକମାନେ ମନେ ରଖିବେ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ସତ୍ôୟାଦୀ ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ ବିଦ୍ୟାଳୟର ଗୁରୁମା, ଶିକ୍ଷକ ମାନେ ପିଲା ମାନଙ୍କର କେବଳ ଗୁରୁ ନୁହନ୍ତି, ସେମାନେ ତାଙ୍କର ବାପା ମା , ସାଙ୍ଗ ହେବା ଦରକାର । ଯେଉଁ ଦିନ ଗୋଟିଏ ପିଲା ବିଦ୍ୟାଳୟକୁ ଆସିବା ସମୟରେ ହସି ହସି ଆସେ ସେ ପିଲା ବିଦ୍ୟାଳର ଗୁରୁମା ଗୁରୁଜୀଙ୍କୁ ଅତି ନିଜର କରି ନେଇଛି ବୋଲି ଧରାଯିବ ବୋଲି ମତ ପ୍ରକାଶ କରିଥିଷଲ ।
ବିଦ୍ୟାଳୟର ପ୍ରତିଷ୍ଠାତା ଲିଙ୍ଗରାଜ ପଣ୍ଡା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ଆଇନଜୀବୀ ଅଞ୍ଜନ କୁମାର ହୋତା ସଂଯୋଜନା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟମରେ ଅନୁଷ୍ଠିତ ଖେଳରେ ସଫଳତା ଲାଭ କରିଥିବା ପିଲାମାନଙ୍କୁ ପୁରଷ୍କାର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗା ରଙ୍ଗ ନାଚଗୀତ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହିତ ଅଭିଭାବକ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିବେଷଣରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୧୨/୨୦୨୩---୭-୧୦ Sakhigopal News, 18/12/2023