ବିଦ୍ୟୁତ ଖୁଣ୍ଠରେ ମଟର ସାଇକେଲ ମାଡ ହୋଇ ଦୁଇ ଯୁବକଙ୍କର ମୃତ୍ୟୁ
ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଇନ୍ଦିପୁରର ପ୍ରତିଜ୍ଞାସାହିର ଆଦିତ୍ୟ ପାଢ଼ୀ (୨୯) ଓ ଅଶୋକ ସେନାପତି ( ୩୦)ଙ୍କର ମଟର ସାଇକେଲ ଦୁର୍ଘଟଣାରେ ଦୁଇ ଯୁବକଙ୍କର ମୃତ୍ୟୁ ହୋଇଯାଇଥିବା ସତ୍ୟବାଦୀ ଥାନା ସୁତ୍ରରୁ ପ୍ରକାଶ । ସୁଚନାଯୋଗ୍ୟ ଯେ ଏହି ଦୁଇ ଯୁବକ ମାନେ ଶୁକ୍ରବାର ବିଳମ୍ବିତ ରାତିରେ ସାକ୍ଷୀଗୋପାଳ-- ଅଳଗୁମ-ଇନ୍ଦିପୁର ରାସ୍ତାର ଭଣ୍ଡାରିଦଣ୍ଡା ଠାରେ ଦୁର୍ଘଟଣାର ଶୀକାର ହୋଇଥିଲେ । ଏକ ସ୍ପିଡ ମଟର ସାଇକେଲ ଯୋଗେ ଘରକୁ ଫେରୁଥିଲେ । ଅନ୍ୟ ପକ୍ଷେ ଶୀତ ଓ କୁହୁଡି ଯୋଗୁ ଉକ୍ତ ରାସ୍ତାରେ ଜନଶୁନ୍ୟ ହୋଇ ପଡିଥିଲା । ଏବେ ଧାନ ଅମଳ ସମୟ ହୋଇଥିବା ହେତୁ ଲୋକମାନେ ବହୁଶିଘ୍ର ଖାଇପିଇ ଶୋଇଥାନ୍ତି । ଗାଡିଟିର ଗତି ଅଧିକ ଥିବା ହେତୁ ଏବଂ ଘନ କୁହୁଡି ଯୋଗୁ ରାସ୍ତା କରରେଥିବା ବିଦ୍ୟୁତ ଖୁଣ୍ଠରେ ଗାଡିଟି ମାଡ ହୋଇଥିଲା । ଜଣେ ଯୁବକ ରାସ୍ତା କରରେ ଥିବା ନୟନଯୋର ମଧ୍ୟମରେମୁହଁ ମାଡି ପଡିଥିଲେ । ଅନ୍ୟ ଜଣେ ମଟର ସାଇକେଲ ପାଖରେ ପଡି ଯାଇଥିଲେ । ଯାହାକି ଦୁଘଁଟଣା ପରେ ଦୁଇ ଯୁବକଙ୍କର ଚେତାଶୁନ୍ୟ ହୋଇ ପଡିଥିଲେ । ସେମାନେ ଶୀତ ରାତିରେ ବାହାରେ ପଡି ରହିବା ଯୋଗୁ ମୃତ୍ୟୁ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତ ସମୟରେ ଅନୁମାନ କରୁଛି । ଦୁର୍ଘଟଣା ସ୍ଥାନରେ ଘର ଦ୍ୱାର ନ ଥିବାରୁ ଏ ଦୁର୍ଘଟଣା ସମ୍ପର୍କରେ କେହି କିଛି ଜାଣି ପାରିନଥିଲେ । ସକାଳୁ ସ୍ଥାନୀୟ ଲୋକମାନେ ଦେଖିବା ପରେ ତୁରନ୍ତ ସାକ୍ଷୀଗୋପାଳ ପୋଲିସକୁ ଖବର ଦେବା ସହ ୧୦୮ ଆମ୍ବୁଲାନସକୁ ଖବର ଦେଇଥିଲେ । ପୋଲିସ ଦୁଇ ଯୁବକଙ୍କୁ ଘଟଣା ସ୍ଥଳରୁ ଉଦ୍ଦାର କରି ସାକ୍ଷୀଗୋପାଳ ମେଡିକାଲକୁ ଆଣିଥିଲା । ସାକ୍ଷୀଗୋପାଳ ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସତ୍ୟବାଦୀ ପୋଲିସ ଶବ ଜବତ କରି ଏକ ମାମଲା ରୁଜ କରି ପୋଷ୍ଟମଟମ କରିବା ପାଇଁ ପୁରୀ ପଠାଇଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୧୨/୨୦୨୩----୮,୧୦ Sakhigopal News , 16/12/2023