ସରସତୀ ଶିଶୁ ବିଦ୍ୟାମନ୍ଦିରର ଚତୁବିଂଶ ବାର୍ଷିକ ଉତ୍ସବ ଅନୁଷ୍ଠିତ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବାସୁକେରା ଗ୍ରାମରେ ଅବସ୍ଥିତ ସରସତୀ ଶିଶୁ ବିଦ୍ୟାମନ୍ଦିରର ୨୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଏହି ବିଦ୍ୟାଳୟଟି ବେସରକାରୀ ହୋଇଥିଲେ ମଧ୍ୟ ପିଲାଙ୍କୁ ସଠିକ ମାର୍ଗରେ ନେବାରେ ପ୍ରଥମ ସ୍ଥାନ ଅଧିକାର କରିଛି । ବିଶେଷ କରି ଏହି ବିଦ୍ୟାଳୟର ଉନ୍ନତି ପାଇଁ ଅନୁଷ୍ଠାନ ପକ୍ଷରୁ କିଣାଯାଇଥିବା ଜମିରେ ତୁରନ୍ତ ବିଦ୍ୟାଳୟ କରିବା ପାଇଁ ସେ ସହଯୋଗ କରିବେ ବୋଲି କହିଛନ୍ତି । ଅନ୍ୟତମ ଅତିଥି ଭାବେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଶିକ୍ଷାବିତ କୁଳମଣି ମିଶ୍ର, ସରସତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟର ସଭାପତି ଜୟନ୍ତ କୁମାର ତ୍ରିପାଠୀ ଓ କୋଷାଧ୍ୟକ୍ଷ ବିକାଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ପରିଚାଳନା କମିଟିର ଯୁଗ୍ମ ସମ୍ପାଦିକା ତଥା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ନମିତା ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନବୀନ କୁମାର ଆଚାର୍ଯ୍ୟ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସତ୍ୟବାଦୀର ସାମ୍ବାଦିକ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ସେହିପରି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ସମ୍ମାନୀତ କରିଥିଲେ । ବିଦ୍ୟାଳୟର କୁନି କୁନି ପିଲାମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଗୁରୁମା ସସ୍ମିତା ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୧୨/୨୦୨୩---୮,୧୦ Sakhigopal News, 31/12/2023