Breaking News

ଚୁଲି ନିଆଁରେ ପୋଡ଼ି ହୋଇ ମହିଳା ଗୁରୁତର



ଭଞ୍ଜନଗର - ଚୁଲି ନିଆଁରେ ପୋଡ଼ି ହୋଇ ଜଣେ ୫୦ ବର୍ଷୀୟା ମହିଳା ଗୁରୁତର ଆହତ ହୋଇଛନ୍ତି । ବଡଗଡ ଥାନା ଅନ୍ତର୍ଗତ ମେରିକୋଟ  ଗାଁ ରେ ଘଟିଛି ଏଭଳି ଘଟଣା । ଆହତ ମହିଳା ଜଣକ ହେଲେ ସେହି ଗାଁ ର ବାସନ୍ତୀ ମୁଳୀ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିସ୍ଛା ପରେ ମହିଳା ଜଣକ ବିପଦମୁକ୍ତ ଥିବା ଜଣାପଡିଛି । ତେବେ ଚୁଲି ନିଆଁରେ କିଭଳି ପୋଡି ହେଲେ ତାହା ପରିବାର ଲୋକେ ସ୍ପଷ୍ଟ କରିନଥିବା ବେଳେ ଆହତ ବାସନ୍ତୀ ଙ୍କ ମାନସିକ ଅବସ୍ଥା ଭଲନଥିବା ନେଇ  ତାଙ୍କ ସମ୍ପର୍କୀୟଙ୍କ ନିକଟରୁ ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୧୨/୨୦୨୩----୯,୨୫ Sakhigopal News,20/12/2023

Blog Archive

Popular Posts