ଗୋପିନାଥ ଦେବ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବିଶ୍ୱନାଥପୁର ପଞ୍ଚାୟତରେ ଥିବା ଗୋପୀନାଥ ଦେବ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇଯାଇଛିା ଏହି କ୍ରୀଡା ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଖେଳ ପଡିଆ ନଥିଲେ ମଧ୍ୟ ଅସ୍ଥାୟୀ ପଡିଆରେ ପିଲାମାନେ ବିଭିନ୍ନ ଖେଳରେ ଭାଗ ନେଇଥିଲେ । ଏହି ଅବସରରେ ବିଭିନ୍ନ ଖେଳରେ ଭାଗ ନେଇ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ପୁରଷ୍ୃୁତ କରାଯାଇଥିଲା । ଅନୁଷ୍ଠିତ ପୁରଷ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଉକ୍ତ ପଞ୍ଚାୟତର ସମିତିସଭ୍ୟ ଜଗନ୍ନାଥ ଷଡଙ୍ଗୀ, ସିଆରସିସି ଅଜୟ ପ୍ରଧାନ, ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀ,ପୁରାତନ ଶିକ୍ଷକ ଜିତେନ୍ଦ୍ର ମିଶ୍ର, ନୀଳକଣ୍ଠ ମିଶ୍ର , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଘୁନାଥ ମିଶ୍ର ପ୍ରମୁଖ ଯୋଗ ଦେଇ ବିଭିନ୍ନ ଖେଳରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ରାଜ୍ୟ ସରକାର ଖେଳ କୁ ଗୁରୁତ୍ୱ ଦେଉଥିବାରୁ ଶିକ୍ଷକ, ଶିକ୍ଷୟତ୍ରୀ, ଯୋଗ ଦେଇଥବା ଅତିଥି ମାନଙ୍କ ସହିତ ପିଲାମାନେ ରାଜ୍ୟ ସରକାର ଓ ୫ଟି ସଚ୍ଚିବଙ୍କୁ ଧନ୍ୟବାଦ ଦେବା ସହ କୃତଙ୍ଗତା ଜଣାଇଛନ୍ତି । ବିଦ୍ୟାଳୟର ଶାରୀରିକ କ୍ରୀଡା ଶିକ୍ଷକ ଦାମୋଦର ମିଶ୍ର ଖେଳ ପରିଚାଳନା କରିବା ସହ ବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ଖେଳ ପଡିଆନଥଶାଇ ମଧ୍ୟ ବେଶ ଜିଲ୍ଲା ଓ ରାଜ୍ୟ ସ୍ତରରେ ଅଂଶ ଗ୍ରହଣ କରି ବେଶ ସୁନାମ ଆଣିଛନ୍ତି । ରାଜ୍ୟ ସରକାର ଯଦି ଏକ ଖେଳ ପଡିଆ ଯୋଗାଇ ଦିଅନ୍ତେ ତାହେଲେ ଏହି ସ୍କୁଲର ଛାତ୍ରଛାତ୍ରୀ ମାନେ ଜିଲ୍ଲା ଓ ରାଜ୍ୟ ବା ଦେଶ ପାଇଁ ସୁନାମ ଆଣି ପାରନ୍ତେ ବୋଲି ସେ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୧୨/୨୦୨୩---୮,୧୦ Sakhigopal News, 21/12/2023