Breaking News

ଧାନ ଅମଳ କରୁଥିବା ସମୟରେ ଧାନ ମେସିନ ଲାଗି ଶ୍ରମିକର ମୃତ୍ୟୁ

 
ଭଞ୍ଜନଗର - ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜିରା ବାଡି ଗ୍ରାମର ଶ୍ରମିକ ବୁଲୁ ପାତ୍ର   ଧାନ ଅମଳ କରୁଥିବା ସମୟରେ ଧାନ ମେସିନରେ  ଛନ୍ଦି ହୋଇ  ମୃତ ଘଟିଛି । ଏହି ଘଟଣା ଘଟିଛି ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟ। ସମୟରେ ଏପରି ଅଭାବନୀୟ ଘଟଣା ଘଟିଛି । ବୁଲୁ ଧାନ କଲେଇ ହାତରେ ଧରି ମେସିନ ଭିତରେ ଭର୍ତ୍ତି କରିବା ବେଳେ ମେସିନିର ପ୍ରେସର୍ ଯନ୍ତ୍ର ଭିତରକୁ ଦୁଇ ହାତ ଶହ ସମ୍ପୂର୍ଣ୍ଣ ଶରୀରଟା ଗଳି ଯାଇଥିଲା । ମେସିନ  ଭିତରେ ବୁଲୁର ଶରୀର ଚାପି ହୋଇ ଅତ୍ୟନ୍ତ ଦୟନୀୟ ଭାବେ ମୃତ୍ୟ ଘଟିଥିଲା ।  ଏପରି ଭୟାନକ ଦୃଶ୍ୟ ବେଳେ କିଛି ମହିଳା ନିକଟରେ ଠିଆ ହୋଇଥିଲେ । ମାତ୍ର ସେମାନେ ବୁଲୁକୁ ବଞ୍ଚାଇ ପାରିନଥିଲେ। ବୁଲୁ ଆର୍ତ୍ତ ଚିକ୍ତାର ଛାଡ଼ି  ଯନ୍ତ୍ର ଭିତରେ ଚାପି ହୋଇ ମୃତ୍ୟୁ ଘଟିଥିଲା ।  ଗ୍ରାମର ଯଇନିକ ଧାନ ଅମଳ ଯନ୍ତ୍ର ରଖିଥିବା ମାଲିକଙ୍କ ଖଳାରେ ବୁଲୁ ଶ୍ରମିକ ଭାବେ କାମ କରୁଥିବା ବେଳେ ଏହି ଘଟଣା ଘଟିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଘଟଣା ନେଇ ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ବହୁ  କଷ୍ଟରେ  ଗ୍ରାମବାସୀ ଧାନ ଅମଳ ଯନ୍ତ୍ରକୁ ଖୋଲି ମୃତ ଶରୀରକୁ ବାହାର କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୨/୨୦୨୩----୮,୪୫ Sakhigopal News,19/12/2023

Blog Archive

Popular Posts