Breaking News

କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ " ନୂଆ-ଓ " ସାଂସ୍କୃତିକ କାର୍ଯ୍ୟକ୍ରମ



ଭଞ୍ଜନଗର  -  କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ " ନୂଆ-ଓ "  ଅନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ନୃତ୍ୟ ପ୍ରତିଯୋଗୀତା  ଆୟୋଜିତ ହୋଇଥିଲା ।  କାର୍ଯ୍ୟକ୍ରମର ସଂଯୋଜିକା ରୁନି ବାଳା ତ୍ରିପାଠୀ ଉପସ୍ଥିତ ରହିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ପୌରହିତ୍ଯ କରିଥିଲେ। ଅଧ୍ୟାପିକା ସ୍ନିଗ୍ଧା ରାଣୀ ଗୌଡ଼ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ  ପ୍ରଦୀପ ପ୍ରଜ୍ଜ୍ବଳନ କରି ଶୁଭାରମ୍ଭ  କରିଥିଲେ । ନୋଡାଲ୍ ଅଧିକାରୀ ଦେବେଶ ଚନ୍ଦ୍ର ମହପାତ୍ର, ସମାଜିକ କାର୍ଯ୍ୟ ସଂଯୋଜକ କୁମୁଦ ଚନ୍ଦ୍ର ମହପାତ୍ରଙ୍କ  ସାମ୍ବାଦିକ ରତ୍ନାକର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ମହେଶ୍ଵର ରାଉତ ଅତିଥି ପରିଚୟ ଏବଂ କାର୍ଯ୍ୟକ୍ରମ ଶେଷରେ ଧନ୍ୟଵାଦ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ଙ୍କ ଦ୍ଵାରା ପରିବେଷଣ ହୋଇଥିବା ନୃତ୍ୟ ପ୍ରତିଯୋଗିତା  ଆକର୍ଷଣୀୟ ହୋଇଥିଲା । ଅନ୍ୟ ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ 
 ଅଧ୍ୟାପକ ପି. ଦୀପକ ରାଓ,  ଦୀପୁ ଭୁୟାଁ, ସନ୍ତୋଷୀ ପରିଡା,  ଗଙ୍ଗାଧର ରଣା, ସୁଶାନ୍ତ କୁମାର ଲେଙ୍କା, ଭାରତୀ ବିଶ୍ୱାଳ, ରୂପାଲୀ ବିଷୋୟୀ,  ପିଙ୍କି କୁମାରୀ ପୋଲେଇ, ସ୍ୱରୂପା ରାଣୀ ବିଶ୍ୱାଳ, ପଦ୍ମ ଚରଣ ନାୟକ, ରମେଶ ଚନ୍ଦ୍ର ବିଶୋଇ, ସନ୍ତୋଷ ବିଶ୍ୱାଳ, ସନ୍ତୋଷ ବିଷୋୟୀ,  ମହେଶ୍ଵର ଗୌଡ଼, ବଳରାମ ଗୌଡ଼, ସୀମାଞ୍ଚଳ ବିଶ୍ୱାଳ, ରାମଚନ୍ଦ୍ର ନାୟକ, ବୁଦ୍ଧିରାମ ବିଶ୍ୱାଳ, ନାରାୟଣ ନାୟକ,ବାସନ୍ତୀ ମହାପାତ୍ର, ପ୍ରତିମା ନାଇକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୧୨/୨୦୨୩----୮,୫୫ Sakhigopal News,15/12/2023

Blog Archive