Breaking News

ନୂତନ ବ୍ରହ୍ମାକୁମାରୀ ପାଠଶାଳାର ଉଦଘାଟନ


      
 
ଭଞ୍ଜନଗର--- ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଭଞ୍ଜନଗର ଶାଖା ତରଫରୁ ନିକଟସ୍ଥ ମୁଜାଗଡ ଗ୍ରାମର ରାହୁଳ କଲୋନୀରେ ନୂତନ ବ୍ରହ୍ମାକୁମାରୀ ପାଠଶାଳାର ଉଦଘାଟନ ହୋଇଯାଇଛି। ଏହି ଅବସରରେ ସରପଞ୍ଚ ଶ୍ରୀମତୀ ସୁକାନ୍ତି ସେଠୀଙ୍କ କରକମଳରେ ଉଦଘାଟିତ ହୋଇଛି ।  ପାଠଶାଳାର ପ୍ରଶଂସା କରିବା ସହିତ ଉତ୍ତରୋତ୍ତର କାମନା କରିଥିଲେ   । ଶାନ୍ତି ଶୋଭାଯାତ୍ରା ସହିତ ସନ୍ଧ୍ୟା ସମୟରେ ସ୍ନେହ ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା ।  ଉକ୍ତ  ଉତ୍ସବରେ  ମୁଖ୍ୟବକ୍ତା ଭଞ୍ଜନଗର ଉପସେବା କେନ୍ଦ୍ରର ସଞ୍ଚାଳିକା ରାଜଯୋଗିନୀ ସନ୍ତୋଷିନୀ ଭଉଣୀ ଶୃଙ୍ଖଳିତ ପାରିବାରିକ ଜୀବନରେ ରାଜଯୋଗର ମହତ୍ତ୍ଵ ସମ୍ପର୍କରେ ଅଭିଭାଷଣ ରଖିଥିଲେ ।  ବ୍ରହ୍ମାକୁମାରୀ ସୁଭଦ୍ରା ଭଉଣୀ ଆତ୍ମା ପରିଚୟ  ଓ ବ୍ରହ୍ମାକୁମାରୀ  ପିଙ୍କି ଭଉଣୀ ପରମାତ୍ମାଙ୍କ ପରିଚୟ ପ୍ରଦାନ କରିଥିଲେ। କୁନି କୁନି ପିଲାମାନଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶତାଧିକ ଆଧ୍ୟାତ୍ମିକ ପ୍ରେମୀ ଭାଇଭଉଣୀ ମାନେ ଉପସ୍ଥିତ ରହିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୧୨/୨୦୨୩----୮,୪୫ Sakhigopal News,15/12/2023

Blog Archive

Popular Posts