ଲହଣ୍ଡା ପଞ୍ଚାୟତରେ ଚାଷୀଙ୍କ ପାଚିଲା ଧାନ ଖାଇଗଲେ ହାତୀପଲ
ବରଗଡ଼ ----- ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନ ଲହଣ୍ଡା ପଞ୍ଚାୟତ ଅଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଛି । ଯାହାଫଳରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସନ୍ଧ୍ୟା ହେଲେ ଲୋକେ ତାଟିକବାଟ ଦେଇ ରହୁଛନ୍ତି । ଅନ୍ୟପଟେ କେତେକ ଚାଷୀଙ୍କ୍ ପାଚିଲା ଧାନ ହାତୀ ଖାଇଦେଇ ନଷ୍ଟ କରିଦେଉଛନ୍ତି । ତେଣୁ ଚାଷୀ ଚିନ୍ତାରେ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ଲହଣ୍ଡା ପଞ୍ଚାୟତର ଚାଷୀ ଗୁରୁବାରୁ ମିର୍ଦ୍ଦା,ଶେଷଦେବ ଭୋଇ, ମକଦ୍ବଜ ଭୋସାଗର , ଭଗବାନ ମହାକୁର, ସନ୍ତୋଷ ଭୁଏ, ଗୌତମ ଭୁଏଙ୍କ ଧାନ ହାତୀପଲ ଖାଇ ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି। ଚାଷୀ ସକାଳ ଆସି ଏ ସବୁ ଦେଖି ହତାଶ ହୋଇପଡିଛନ୍ତି । ସଂଗେ ସଂଗେ ବନବିଭାଗ କାର୍ଯ୍ୟାଳୟକୁ ଯାଇ ଜଣାଇଥିଲା । ବରାଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୧୨/୨୦୨୩ ----୮,୫୫ Sakhigopal News,21/12/2023