Breaking News

ନୂଆ-ଓ, ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

 
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନୂଆ-ଓ, ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ଅଧ୍ୟାପକ ବୃନ୍ଦାବନ ମିଶ୍ର  କାର୍ଯ୍ୟକ୍ରମ ବିଷୟରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ଭେଡେନ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହାଲିଙ୍ଗ, ସମ୍ମାନିତ ଅତିଥି ଭାବେ ଭେଡେନ ଜିଲ୍ଲା ପରିଷଦ ସଭ୍ୟ,ସଭ୍ୟା ସତ୍ୟଜିତ ପୁରୋହିତ, ପିଙ୍କି ବଢ଼େଇ, ଚିଚିଣ୍ଡା ସରପଞ୍ଚ ସିମା ମେହେର, ସମିତି ସଭ୍ୟା ଜ୍ୟୋତିର୍ମୟୀ ସାହୁ, ପରିଚାଳନା କମିଟିର ଅଧ୍ୟକ୍ଷ ସନ୍ତୋଷ କୁମାର ପାଢ଼ୀ ଓ ଯୁବ ଛାତ୍ର ଜନତା ସଭାପତି ସଂଜୀବ କୁମାର ଦାଶ ଯୋଗ ଦେଇ ନୂଆ-ଓ, ଯୁବ ଓଡିଶା ଓ ନବିନ ଓଡିଶା କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଅଧ୍ୟାପିକା, ଅଧ୍ୟାପକ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ। ପରିଶେଷରେ ଅର୍ଥନୀତି ବିଭାଗ ଅଧ୍ୟାପକ ରମେଶ ଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୧୨/୨୦୨୩--- ୮,୪୫ Sakhigopal News,7/12/2023

Blog Archive

Popular Posts