Breaking News

ଜରା ନିବାସ, ଅନାଥାଶ୍ରମର ଅନ୍ତେବାସୀଙ୍କୁ ଶୀତ ବସ୍ତ୍ର ପ୍ରଦାନ


ବରଗଡ଼ --- ବରଗଡ ଜିଲ୍ଲା ସୁନାଲରମ୍ଭା ପଞ୍ଚାୟତର ଆନନ୍ଦ ସେବା ସଦନ" ବଡ଼ ପିପିଲିପାଲି ଥିବା ଜରା ନିବାସ, ଅନାଥାଶ୍ରମର ଅନ୍ତେବାସୀଙ୍କୁ ବରଗଡ ଜିଲ୍ଲା ସମାଜସେବୀ ସଂଗଠନ ବରଗଡ ଓ ଅମୃତ କୁଟୁମ୍ ଭେଡେନ ର ମିଳିତ ଆନୁକୁଲ୍ୟରେ ଏକ ଛୋଟ ପ୍ରୟାସ କରାଯାଇଥିଲା। ଏହି ଜରା ନିବାସ ରେ ପୁରୁଷ, ମହିଳା ଓ ବିକଳାଙ୍ଗ ମାନେ ମିଶି ୨୩ଜଣ ଅନ୍ତେବାସୀ ରହୁଛନ୍ତି। ଏହାର ମୁଖ୍ୟ ବଡ଼ ପିପିଲିପାଲି ଗ୍ରାମର ଆନନ୍ଦ ଭାଇ ଏମାନଙ୍କୁ ନିଜର ଯଥା ସାଧ୍ୟ ସାହାଯ୍ୟ ସହଯୋଗ ଯୋଗାଇ ଦେଇ ଆସୁଛନ୍ତି। ଏହାର ଅନ୍ତେବାସୀଙ୍କୁ ମାନଙ୍କୁ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ପରିବେଷଣ ଓ ଏହା ସାଙ୍ଗ କୁ ଶୀତବସ୍ତ୍ର (କମ୍ବଳ) ବଣ୍ଟନ କରିଥିଲେ। ଏହି ସମୟରେ ଜରା ନିବାସ ର ଅନ୍ତେବାସୀ ମାନେ ଖୁସି ପ୍ରକଟ କରିଥିଲେ ଓ ଜରାଶ୍ରମର ମୁଖ୍ୟ ଆନନ୍ଦ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଛୋଟ ପ୍ରୟାସ ର ସୁଯୋଗ ଦେଇ ଥିବାରୁ ଜିଲ୍ଲା ସମାଜସେବୀ ସଂଗଠନ ବରଗଡ ର ମୁଖ୍ୟ ବଳିଷ୍ଠ ଦୁର୍ଗା ଓ ଅମୃତ କୁଟୁମ୍ ଭେଡେନ ମୁଖ୍ୟ ଆନନ୍ଦ ଚନ୍ଦ୍ର ସୁନା ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମୟରେ ଜିଲ୍ଲା ସମାଜସେବୀ ସଂଗଠନ ବରଗଡ଼ ର ବଳିଷ୍ଠ ଦୁର୍ଗା, ରାଜ କିଶୋର ପଟ୍ଟନାୟକ, ସୁଦାମ ମହାରଣା, ହରମିତ ସିଂ, ରୋଶନ ପ୍ରଧାନ, ପ୍ରହଲ୍ଲାଦ ପ୍ରଧାନ, ଆନନ୍ଦ ଭୋଇ ମିଳନ ମହାକୁର ଓ ଅମୃତ କୁଟୁମ୍ ଭେଡେନ ର ସଭାପତି ଆନନ୍ଦ ଚନ୍ଦ୍ର ସୁନା ଓ ସଦସ୍ୟ ଭବାନୀ ଶଙ୍କର ପାଢ଼ୀ ରହି ଖାଦ୍ୟ ପରିବେଷଣ ରେ ସହଯୋଗ କରିଥିଲେ। ଅନ୍ତେବାସୀମାନଙ୍କୁ ସୁବିଧା ଅସୁବିଧା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଆଗାମୀ ଦିନରେ ସହଯୋଗ କରିବା ପାଇଁ ଉଭୟ ଅନୁଷ୍ଠାନ ସଦସ୍ୟ ମାନେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଆଶ୍ରମ ର ମୁଖ୍ୟ ଆନନ୍ଦ ଭାଇ କହିଲେ ଏଠାରେ ଯଦି ପାନୀୟଜଳ, ଗୋଷ୍ଠୀ ଶୌଚାଳୟ ଓ ସୋଲାର ବିଦ୍ୟୁତ ଯୋଗାଣ କରାଗଲେ  ଅନେକାଂଶରେ ଅସୁବିଧା ଦୂର କରାଯାଇପାରିବ ।  ଯଦି ସରକାରି କିମ୍ବା ବେସରକାରୀ ସ୍ତରରେ ସାହାଯ୍ଯ ମିଳେ ଏହି ଜରାଶ୍ରମରେ ଆହୁରି ବୃଦ୍ଧ, ବୃଦ୍ଧା ରହିବା ଆଗକୁ ନେବାକୁ ଇଚ୍ଛା ପ୍ରକଟ କରିଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୯/୧୨/୨୦୨୩---୭,୨୫ Sakhigopal News,29/12/2023

Blog Archive

Popular Posts