୨୭ ତାରିଖରେ ଭି,କେ,ପାଣ୍ଡିଆନଙ୍କ ସାକ୍ଷୀଗୋପାଳ ଗସ୍ତ ; ସାକ୍ଷୀଗୋପାଳ ମନ୍ଦିରର ଉନ୍ନୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଫଣ୍ଡରୁ ୮୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ
ସାକ୍ଷୀଗୋପାଳ ---- ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିରର ଉନ୍ନୟନ ମୂଳକ କାର୍ଯ୍ୟ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ରିଲିଫ ଫଣ୍ଡରୁ ପ୍ରଥମ ପର୍ଯ୍ୟାୟରେ ୮୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା ପାଇଁ ଅର୍ଥ ମଞ୍ଜୁର କରାଯାଇଛି ବୋଲି ସତ୍ୟବାଦୀ ବିଡିଓ ଲିପିସା ରାୟଙ୍କ ଠାରୁ ସୁଚନା ମଳିଛି । ଏହି କାର୍ଯ୍ୟକ୍ରମ ସହିତ ସତ୍ୟବାଦୀରରେ ଓଡିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ସହିତ ବକୁଳବନର ପ୍ରକଳ୍ପ କାର୍ଯ୍ୟ ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କେ ଦେଖିବା ପାଇଁ ଭି, କେ, ପାଣ୍ଡିଆନ ସତ୍ୟବାଦୀକୁ ୨୭ ତାରିଖଷରଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡିଛି । ଏଥିଯୋଗୁ ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହି ଅବସରରେ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିରର ରୋଷଘର, ପାନୀୟଜଳ, ମନ୍ଦିର ଚତୁପାଶ୍ୱର୍ରେ ପାଚେରୀ ନିର୍ମାଣ ସହିତ ମନ୍ଦିରର ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ । ଆଜି ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡିଓ ଲିପିସା ରାୟ, ସେବାୟତ ସଂଘର ସମ୍ପାଦକ ବିଜୟ କୁମାର ନନ୍ଦ, ସତ୍ôୟାଦୀ ବ୍ଳକ ଜେଇ ଶରତ ଚନ୍ଦ୍ର ରଥଙ୍କ ସହିତ ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ ପ୍ରମୁଖ ସାକ୍ଷୀଗୋପାଳ ମନ୍ଦିରର କରାଯିବାକୁଥିବା ଉନ୍ନୟନ ମୂଳକ କାର୍ଯ୍ୟର ମାପଚୁପ କରିଥିଲେ । ସେହିପରି ଶ୍ରୀ ପାଣ୍ଡିଆନଙ୍କ ଗସ୍ତକୁ ନେଇ ସାକ୍ଷୀଗୋପାଳରେ ବେଶ ଆଲେଚନା ଚାଲିଛି । କେତକ ବ୍ୟବସାୟୀ ମାନେ ଆଶା କରିଛନ୍ତି ଯେ ବହୁ ଶିଘ୍ର ସାକ୍ଷୀଗୋପାଳ ମନ୍ଦିର ଚତୁପାଶ୍ୱର୍ରେ ଥିବା ଦେକାନ ବଜାର ଓ ଘର ଉଛେଦ କରାଯିବ ବୋଲି ଆଶଙ୍କା କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୧୨/୨୦୨୩----୮,୧୦