Breaking News

ଅସହାୟ ଶବ ସତ୍କାରରେ ସହଯୋଗର ହାତ ବଢ଼ାଇଲା ନିଷ୍ଠା ପରିବାର






 ବରଗଡ଼ --- ବରଗଡ ଜିଲ୍ଲା 
ତପସ୍ଵିନୀ ବେସନ ବୟସ ୫୦ବର୍ଷ ।  ଘର କପିଳେଶ୍ୱର ନଗର ୱାର୍ଡ ନମ୍ବର ୧୬। ସ୍ବାମୀ ଦୁଃଶାସନ ବେସନ ବହୁଦିନ ରୁ ଘର ଛାଡ଼ି କେଉଁ ଆଡେ ଚାଲିଯାଇଥିବା ବେଳେ,ଦୁଇଟି ପୁଅ (ଦୁଃଖୀରାମ ବେସନ ଓ ସୁଖ ବେସନ) ଓ ଗୋଟିଏ ଝିଅ ଥିବା ସତ୍ତ୍ୱେ କେହି ପାଖରେ ନଥିଲେ। ବୁଢ଼ା ବାପା ଯୁଧିଷ୍ଠିର ମୁଗ୍ରୀ ପାଖରେ ରହୁଥିଲେ । ତପସ୍ଵିନୀ ବେସନ ବାରମ୍ବାର ଶରୀର ଅସୁସ୍ଥ ହେବା ପରେ ମୃତ୍ୟୁ ବରଣ କରିଥିଲେ ତପସ୍ଵିନୀ। ଅତ୍ୟନ୍ତ ଗରିବ ପରିବାର ଦିନ ମଜୁରିଆ ଭାବେ କାମ କରନ୍ତି ସମସ୍ତେ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ। ପଡ଼ାର ଡୋଳାମଣି ଦୋରା ଏ ଖବର ଆମ ନିଷ୍ଠା ପରିବାର କୁ ଦେଇଥିଲେ।ତୁରନ୍ତ ତାଙ୍କ ଘର କୁ ନିଷ୍ଠା ର ସହ ସମ୍ପାଦକ ସଙ୍କେତ ଆଠାଘରା, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଓ ସଚିନ ରାଉତ ପହଞ୍ଚିଥିଲେ। ଶବ ବହାକ ଗାଡ଼ିର ବ୍ୟବସ୍ଥା କରିବା ସହ କାଠ ଓ ଅନ୍ୟାନ୍ୟ ସମସ୍ତ ସୁବିଧା ନିଷ୍ଠା ପରିବାର ତରଫ ରୁ କରାଯାଇଥିଲା।ଉଭୟ ପୁଅ ଖବର ପାଇ ଘରେ ପହଞ୍ଚିଥିଲେ। ବଡ ପୁଅ ମୁଖାଗ୍ନି ଦେଇଥିଲେ ଓ ନିଷ୍ଠା ପରିବାର ସହିତ ମିଶି ପରିବାର ଲୋକ ଶବ ସତ୍କାର କରିଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୯/୧୨/୨୦୨୩---୯,୧୦ Sakhigopal News,29/12/2023

Blog Archive

Popular Posts