ଲରମ୍ଭା କଲେଜର ବାର୍ଷିକ କ୍ରୀଡା ଉଦଯାପିତ
ବରଗଡ଼ ---- ଅତାବିରା ବ୍ଲକସ୍ଥିତ ଲରମ୍ଭା କଲେଜରେ ସମନ୍ବିତ ଯୁବବିକାଶ 'ନୂଆ ଓ' ଓ କଲେଜର ମିଳିତ ଆନୁକୂଲ୍ଯରେ ଦୁଇଦିନ ଧରି ହୋଇଥିବା ବାର୍ଷିକ କ୍ରୀଡାଉତ୍ସବ ଉଦଯାପିତ ହୋଇଯାଇଛି ।ଏହାର ଉଦଘାଟନ ସମାରୋହକୁ ମୁଖ୍ୟ ଅତିଥି ପୂର୍ବତନ ସାଂସଦ ଡଃ ପ୍ରଭାଷ କୁମାର ସିଂ ଯୋଗଦେଇଥିଲେ । ଗୋଡଭଗା ସ୍ଥିତ ମା' ସମଲେଇ ମନ୍ଦିରରୁ ମଶାଲ ଶୋଭାଯାତ୍ରା ଆସିବା ପରେ କଲେଜ ଅଧକ୍ଷ ଡଃ ପ୍ରମୋଦ କୁମାର ଭୋଇ ସ୍ବାଗତ ଭାଷଣ ଦେଇ ଖେଳ ଆରମ୍ଭ କରିଥିଲେ।
ଉଦଯାପନୀ ସମାରୋହରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମ୍ବଲପୁରର ଉପସଚିବ ଡଃ ମହେନ୍ଦ୍ର ପ୍ରସାଦ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଚଳିତ ବର୍ଷ ବାର୍ଷିକ କ୍ରୀଡାସମ୍ମାନ ପୂର୍ବତନ ଛାତ୍ରୀ ତଥା ବିଶିଷ୍ଟ କ୍ରୀଡାପ୍ରବୀଣା କଳ୍ପନା ଚାନ୍ଦଙ୍କୁ ଦିଆଯାଇଥିଲା । ଆୟୋଜିତ ଦୈାଡ , ଲମ୍ବଡିଆଁ,ଉଚ୍ଚଡିଆଁ ବର୍ଚ୍ଛାଉତକ୍ଷେପଣ, ଲୈାହଗୋଲକ ଉତକ୍ଷେପଣ, ସାଇକେଲ ରେସ, ମ୍ୟୁଜିକାଲ ଚେୟାର, କୈାତୁକପ୍ରଦ ପୋଷାକ ପ୍ରଦର୍ଶନ, ମାରାଥନ ରେସ ଆଦି ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ଏହି ଅବସରରେ ଖେଳ ପରିଚାଳନା ପାଇଁ ଚିତ୍ତରଞ୍ଜନ ଛନ୍ଦ ,ଅଶ୍ବିନୀ କୁମାର ପ୍ରଧାନ, ବିନୟ କୁମାର ନାୟକ, ଶୁସିଲ ମହାକୁର, ସୁନୀଳ ସିଂ, ହରିଶପାତ୍ର , ଥିବାବେଳେ ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି,ଡଃ ଦିଗମ୍ବର ଚାନ୍ଦ, ପବିତ୍ର ମାହାଣା, ସିଦ୍ଧେଶ୍ବର ପ୍ରଧାନ,ସରୋଜ କୁମାର ନାୟକ ସକ୍ରୀୟ ଭୂମିକା ଗ୍ରହଣ କରିଥିଲେ। ଶେଷରେ ଅଧ୍ୟାପିକା ପାୟଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମସ୍ତ କାର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୧୨/୨୦୨୩----୮,୫୦ Sakhigopal News