Breaking News

ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ (ଓଷ୍ଟା ) ପକ୍ଷରୁ ଭେଡେନ ବ୍ଲକ ସ୍ତରୀୟ ଶିଶୁ ମେଳା ଅନୁଷ୍ଠିତ


ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ସ୍ତରୀୟ ମାଧ୍ୟମିକ ଶିକ୍ଷକ ସଂଘ ଓଷ୍ଟା ତରଫରୁ ଶିଶୁ ମେଳା ରେମଣ୍ଡା କ୍ଷୀରେଶ୍ୱର ବାଳିକା ଉଚ୍ଚ ବିଦ୍ୟାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ରେମଣ୍ଡା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଝସକେତନ ପ୍ରଧାନ , ମୁଖ୍ୟବକ୍ତା ଭାବେ ରାଜ୍ୟ ଓଷ୍ଟା କାର୍ଯ୍ୟକାରୀ ସଭାପତି ତଥା ଅବସରପ୍ରାପ୍ତ ଜମ୍ବୁଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳମଣି ପୁରୋହିତ, ସମ୍ମାନିତ ଅତିଥି ଭେଡେନ ବ୍ଲକ ଓଷ୍ଟା ଯୁଗ ସମ୍ପାଦକ ତଥା ଭେଡେନ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଂଜନ କୁମାର ନାୟକ, କ୍ଷୀରେଶ୍ୱର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉଦିତ ପ୍ରସାଦ ସାହୁ ଯୋଗଦେଇ ଥିଲେ। କ୍ଷୀରେଶ୍ୱର ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନାତନ ପ୍ରଧାନ ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ। କୁବେଡେଗା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଦାମ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀଙ୍କ ମଛିନ୍ଦ୍ର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଓଷ୍ଟା କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ଭେଡେନ ବ୍ଲକ ଓଷ୍ଟା ଉପଦେଷ୍ଟା ତଥା ଗଣ୍ଡତୁରୁମ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରୁଦ୍ରଦେବ ସାହୁ, କ୍ଷୀରେଶ୍ୱର ବାଳିକା ଉଚ୍ଚ ର ପ୍ରଧାନ ଶିକ୍ଷକ ଉଦିତ ପ୍ରସାଦ ସାହୁ, କ୍ଷୀରେଶ୍ୱର ବାଳିକା ପ୍ରାଥମିକ ବିଦ୍ୟାଳୟ ସନାତନ ପ୍ରଧାନ ଓ ପ୍ରଦ୍ୟୁମ୍ନ ମେହେର ଯୋଗ ଦେଇଥିଲେ। ଏଥିରେ ଭେଡେନ ବ୍ଲକ ର ୧୨ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସ୍ଵତନ୍ତ୍ର ଅତିଥି ଭାବେ ପୁରାତନ ଛାତ୍ର, ମଞ୍ଚ କଳାକାର ତଥା ସିନେମା କଳାକାର ଛବିଳ ପ୍ରଧାନ ଙ୍କୁ ଓଷ୍ଟା ତରଫରୁ ମୁଖ୍ୟ ଅତିଥି ଭେଡେନ ବ୍ଲକ ଶିକ୍ଷା ଅଧିକାରୀଙ୍କ ମଛିନ୍ଦ୍ର ମଲ୍ଲିକ ସମ୍ମାନିତ କରିଥିଲେ। ପରିଶେଷରେ ଶିକ୍ଷକ ସନାତନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୭/୧୩/୨୦୨୩---୮,୧୦ Sakhigopal News,17/10/2023

Blog Archive

Popular Posts