Breaking News

ବିଲରୁ ଜବରଦସ୍ତ ଧାନ କାଟି ନେବା ଅଭିଯୋଗ ରେ ଜଣେ ଗିରଫ


ଭଂଜନଗର - ତାରସିଂ ଥାନା ଅନ୍ତର୍ଗତ ବାଙ୍କତରା ଗ୍ରାମର ଜୈନିକ ବ୍ୟକ୍ତି ବିବାଦିୟ ଜମିରେ ଜବର ଦସ୍ତ ଧାନ କାଟିବା ଅଭିଯୋଗ ରେ ତାରାସିଂ ଥାନା ପୋଲିସ  ଜଣଙ୍କୁ ଗିରଫ କରିଛି  ।  ଥାନା ଅଧିକାରୀ ଅଶ୍ବନି କୁମାର ଭିତ୍ରୀଆଙ୍କ ସୂଚନା ପ୍ରକାରେ ବାଙ୍କତରା ଗ୍ରାମର ଦୁଇ ପରିବାର ମଧ୍ୟର  ଜମିଜମା ବିବାଦ  ଲାଗିରହିଥିଲା ।   ଗତ ୨୨ ତାରିଖରେ ବିବାଦୀୟ ଜମିରେ ବାଙ୍କତରା ଗ୍ରାମର ନାରାୟଣ  ନାୟକ ଜବର ଦସ୍ତ ଧାନ କାଟିଥିଲେ । ବିପକ୍ଷ ଗୋଷ୍ଠୀର  ନଳିନୀ କାନ୍ତ ରାଉତ ଓ ତାର ସହଯୋଗି ବିଲରେ ପହଞ୍ଚି ଧାନ ନକାଟିବା ପାଇଁ ନାରାୟଣ  ନାୟକ କୁ ବିରୋଧ କରିଥିଲେ  । ଏହାକୁ ନେଇ  ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା ‌ । ଏଥିରେ ନଳିନୀକାନ୍ତ    ଆହାତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।  ପରେ ଏନେଇ ତାରାସିଂ  ଥାନାରେ  ଲିଖିତ ଅଭିଯୋଗ କରିଥିଲେ ନଳିନୀ । ପୋଲିସ ଅଭିଯୋଗ ପାଇବା ପରେ ଘଟଣା  ଅନୁଧ୍ୟାନ କରିବା ସହ ଥାନା କେସ ନଂ ୪୫୧ /୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ନାରାୟଣ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ  । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୧୨/୨୦୨୩----୭,୧୦ Sakhigopal News,28/12/2023

Blog Archive

Popular Posts