Breaking News

ବି.ଡିପୁର ସେବା ସମବାୟ ସମିତି ଲିଃ କାର୍ଯ୍ୟାଳୟ ଠାରେ ଧାନମଣ୍ଡି ଉଦଘାଟିତ

 
ଭଞ୍ଜନଗର--ଗଞ୍ଜାମ ଜିଲ୍ଲା  ଜଗନ୍ନାଥ ପ୍ରସାଦ ବ୍ଲକ ର ବି.ଡିପୁର ଗ୍ରାମ ପଞ୍ଚାୟତ ଠାରେ ଖରିଫ ଧାନ ସଂଗ୍ରହ ପାଇଁ  ଓଡ଼ିଶା ସରକାର ଙ୍କ ତରଫରୁ ବି.ଡିପୁର ସେବା ସମବାୟ ସମିତି ଲିଃ କାର୍ଯ୍ୟାଳୟ ଠାରେ ସମବାୟ ସମିତି ସଭାପତି ଶ୍ରୀ ପ୍ରଭାକର ନାୟକ ଓ କନ୍ଧମାଳ ସାଂସଦ ଙ୍କ  ପ୍ରତିନିଧି ଶ୍ରୀ ବିପ୍ରଚରଣ ବାରିକ ଉଭୟେ ଧୂପ,ଦୀପ ପ୍ରଜ୍ଜଳନ କରି ନୂତନ ଧାନ ମଣ୍ଡିର ଶୁଭାରମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ସମବାୟ ସମିତି ର ସମ୍ପାଦକ ଶ୍ରୀ ସୋମନାଥ ମଲ୍ଲିକ,ସହ ସମ୍ପାଦକ ମନୋଜ କୁମାର ବିଷୋୟୀ ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ ସହଯୋଗ କରିଥିଲେ । ଅମିର କୁମାର ସ୍ୱାଇଁ, ଜିତେନ୍ଦ୍ର ରଥ, ତ୍ରିନାଥ ସ୍ୱାଇଁ,  ବିଦେଶୀ ଖଟେଇ,କୃଷ୍ଣ ଚନ୍ଦ୍ର ସ୍ୱାଇଁ,ମଧୁସୂଦନ କର,ରବୀନ୍ଦ୍ର ତ୍ରିପାଠୀ, ଖଦାଳସ୍ୱାଇଁ,ପ୍ରତାପ ଚନ୍ଦ୍ର ସ୍ୱାଇଁ,ହାଡୁ ନାଇକ, ହାଡୁବନ୍ଧୁ ଗୌଡ଼,ବଇଁଶୀଧର ବାରିକ, ଭଗବାନ ନାୟକ,ବହୁ ପ୍ରମୁଖ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏଥିରେ ସାଂସଦ ଙ୍କ ପ୍ରତିନିଧି ନିଜର ବକ୍ତବ୍ୟ କହିଥିଲେ କି ସରକାର ଙ୍କ ନିୟମ ଅନୁଯାଇ ଚାଷିମାନଙ୍କ ପାଇଁ ସେବା ସମବାୟ ସମିତି ପକ୍ଷରୁ କିପରି ସୁରୁଖୁରରେ ଶୁଙ୍ଖଳା ସହିତ ଧାନ ବିକ୍ରି କରିବେ ସେଥ‌ିପାଇଁ ସବୁ ପ୍ରକାରର ସୁବିଧା ସୁଯୋଗ ଓଡିଶା ସରକାର ଙ୍କ ତରଫରୁ ଯୋଗେଇ ଦିଆଯାଇଛି । ଯଦି କୌଣସି ଚାଷୀ ବାସ୍ତବିକ  ନିଜର ଜମି ଅନୁସାରେ ଉତ୍ପାଦିତ ଧାନ କୁ ମଣ୍ଡି ରେ ଯୋଗେଇ ଦେବା ହିଁ ମଣ୍ଡିର ମୁଖ୍ୟ ଲକ୍ଷ୍ୟ ବୋଲି ସାଂସଦଙ୍କ ପ୍ରତିନିଧି ପରାମର୍ଶ ଦେଇଛନ୍ତି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୧୨/୨୦୨୩-----୮,୪୫ Sakhigopal News,29/12/2023

Blog Archive

Popular Posts