Breaking News

ରାସ୍ତା ନିର୍ମାଣରେ ବନବିଭାଗର ଘୋଟଲା, ପୁରୁଣା ରାସ୍ତାରେ ମାଟି ଛିଞ୍ଚି ବିଲ କରିବା ପାଇଁ ମସୁଧା; ଭିଜିଲାନ୍ସ ତଦନ୍ତ ଦାବି


ନୟାଗଡ----  ଲୋକମାନଙ୍କ ଯାତାୟାତ ପାଇଁ ସରକାର ବିଭିନ୍ନ ବିଭାଗ ଦ୍ୱାରା ରାସ୍ତା ନିର୍ମାଣ କରାଇଥାଆନ୍ତି ।ଏବଂ ଏହି ରାସ୍ତା ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହୋଇଥାଏ। ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ  ଦ୍ୱାରା କିଭଳି ଦିନ ଦିପହରେ ରାସ୍ତା ନିର୍ମାଣ ରେ ରାଧେ ରାଧେ ନ୍ୟାୟରେ ଘୋଟଲା ଚାଲିଛି ଏହା ସମସ୍ତ ଙ୍କୁ ଚକିତ କରିଛି।ଏଭଳି  ଘୋଟଲା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ବନଖଣ୍ଡ  ଅଧିନସ୍ଥ ଖଣ୍ଡପଡ଼ା ବନାଞ୍ଚଳ ବିଭାଗରେ । ସିଂଘାପଡା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଆଙ୍ଗିସିଙ୍ଗି, କୋସଲାଙ୍ଗ ଜଙ୍ଗଲରେ ଚାଲିଥିବା  ରାସ୍ତା ନିର୍ମାଣରେ ହୋଇଛି ଘୋଟାଲା।ଘଟଣା ସମ୍ପର୍କରେ ଦେଖିବାକୁ ମିଳିଛି ଯେ ନୂଆପଲି ଗ୍ରାମ ଠାରୁ ସାପୁଆ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପଡେ ଆଦିବାସୀ ଗାଁ ସାରେଣ୍ଡା, ବୁଡିଝାରି ।  ଏହି ରାସ୍ତା ଟିରେ କିଛି ବାଟ ଗଲାପରେ ପଡେ ନୂଆଗାଁ ବ୍ଲକର ଆଙ୍ଗିସିଙ୍ଗି ,କୋସଲାଙ୍ଗ ଗ୍ରାମ ।ତେବେ ଏହି ରାସ୍ତା ବନବିଭାଗ ଅଧୀନରେ ଥିବାରୁ ରାଜ୍ୟ ସରକାର ଏହାକୁ ବିଭାଗ ଦ୍ବାରା ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା  । ରାସ୍ତାର ଦୁଇ ପାର୍ଶ୍ଵରେ ଡ୍ରେନସହ ମାଟି ମୋରମ ପକାଯାଇ ରାସ୍ତା ନିର୍ମାଣ ହୋଇଥିଲା।କିନ୍ତୁ ଅଦ୍ୟାବଧି ଏହି ରାସ୍ତା ଭଲ ଥିବାବେଳେ ପୁର୍ନବାରଏହି ରାସ୍ତା ନିର୍ମାଣରେ ଲକ୍ଷାଧିକ ଟଙ୍କା ବ୍ୟୟ ହୋଇ ଉପର ଠାଉରିଆ ଭାବେ ଜେସିବି ଦ୍ୱାରା କାମ ଚାଲିଛି।ପୁରୁଣା ମୋରମ ରାସ୍ତାକୁ ମାଟି ଛିଞ୍ଚି ଟଙ୍କାକୁ ହରି ଲୁଟ କରିବାରେ ବିଭାଗ ପଛଘୁଞ୍ଚା ଦେଉ ନାହିଁ। ରାଧେ ରାଧେ ନ୍ୟାୟ ରେ ହେଉଛି ରାସ୍ତା।ସୂଚନା ଯୋଗ୍ୟ ଯେ ଏହି ଆଙ୍ଗିସିଙ୍ଗି, କୋସଲାଙ୍ଗ ରାସ୍ତା ଅଞ୍ଚଳରେ ଥିବା ମୋରମ ଖଣି ସବୁ ପୋଖରୀ ପାଲଟି ଗଲାଣି।ବିଭାଗର ଉନୟନ କାମ ନାମରେ ଚାଲିଛି ଘୋଟାଲା।ଏ ଦିଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ହେଲେ ବନବିଭାଗ ପକ୍ଷରୁଏହି ଅଞ୍ଚଳରେ କେତେ ଲକ୍ଷ ଟଙ୍କାର କାମ ହୋଇଛିଟ ଟେଣ୍ଡରଦ୍ୱାରା ନା ବିଭାଗ ଦ୍ଵାରା କରାଯାଇଛି ତାହା ଜଣାପଡ଼ିବ। ଏ ନେଇ ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣି ଗ୍ରାହୀ କହିଛନ୍ତି ନୟାଗଡ଼ ଫରେଷ୍ଟ ଡିଭିଜନରେ ଯେଉଁ ସବୁ ଘୋଟାଲା ହୋଇଛି ଏହାକୁ ନେଇ ଆମେ ଉଚ୍ଚନ୍ୟାୟାଳୟଯିବୁ। ଦେଖାଯାଉ ରାସ୍ତା ନିର୍ମାଣରେ ହୋଇଥିବା ଘୋଟାଲା ଭାରତୀୟ ବିକାଶ ପରିଷଦ ପଦାକୁ ସତରେ ଆଣିବ ? ।

Blog Archive

Popular Posts