Breaking News

ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ କ୍ରୀଡା ଉତ୍ସବ ଅନୁଷ୍ଠିତ



ଭଞ୍ଜନଗର-ନୂଆଁ - ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା ଅଧୀନ ରେ ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ମାନ ଆୟୋଜନ କରାଯାଇଛି l କ୍ରୀଡା ଉତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସୁଶାନ୍ତ କୁମାର ମଲ୍ଲିକ ଉଦଘାଟନ କରି ଛାତ୍ରୀମାନଙ୍କୁ କ୍ରୀଡା ସମ୍ପର୍କରେ ଉତ୍ସାହିତ କରିଥିଲେ । ନୂଆଁ - ଓ ଅଧିନରେ କ୍ରୀଡା ସହିତ ସାଂସ୍କୃତିକ ଓ ସାମାଜିକ ସେବା କାର୍ଯ୍ୟକ୍ରମ ଗତ 15 ଡିସେମ୍ବର ରୁ ଆରମ୍ଭ ହୋଇ ଆସନ୍ତା 23 ଡିସେମ୍ବର ପର୍ଯ୍ୟନ୍ତ ଚାଲୁରହିବ l ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ପରିଚାଳନା କରୁଛନ୍ତି l ଏଥି ସହିତ କଲେଜ ର ପ୍ରେମ ଚାନ୍ଦ ମଲ୍ଲିକ, ସୁପ୍ରଭା ବେହେରା, ଅମୂଲ୍ୟ ଶତପଥୀ, ହେମଲତା ଭୋଇ, ଶ୍ରୀୟା ପ୍ରଧାନ, ମୋନାଲିସା ସାହୁ, ପଙ୍କଜ ଦାସ, ସନ୍ଧ୍ୟାରାଣି ପ୍ରଧାନ, ପ୍ରଭାତୀ ମିଶ୍ର, ପୁଷ୍ପାଞ୍ଜଳି ପଟ୍ଟନାୟକ, ବିରଞ୍ଚି ଆଚାର୍ଯ୍ୟ, ସନ୍ତୋଷ ଆଚାରୀ ଆଦି ଅଧ୍ୟାପିକା ଓ ଅଧ୍ୟାପକ ଉପସ୍ଥିତ ରହି ଛାତ୍ରୀ ମାନକୁ ଉତ୍ସାହିତ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୧୨/୨୦୨୩----୮,୪୫ Sakhigopal News,20/12/2023

Blog Archive

Popular Posts