Breaking News

ସତ୍ୟବାଦୀରେ ବିଜେପିର ଜନ ଆକ୍ରୋଶ ଆନ୍ଦୋଳନ , ଏହି ଆନ୍ଦୋଳନ ଜାରି ରଖିବା ପାଇଁ ଶପଥ ପାଠ

   


  


ସାକ୍ଷୀଗୋପାଳ ---- ବିଜେପିର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଯୁବନେତା ଓମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ବକୁଳବନ ଠାରୁ ଶହଶହ ମହିଳା ପୁରୁଷ ଓ ଯୁବକ ମାନେ ଏକ ଶୋଭାଯାତ୍ରରେ   ବଜାର ଦେଇ ସତ୍ୟବାଦୀ ବ୍ଳକଠାରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ବିଜେପିର ରାଜ୍ୟ, ଜିଲ୍ଲା ସ୍ତରୀୟ ନେତା ମାନେ ଉପସ୍ଥିତ ରହିଥିଲେ । ବ୍ଳକ  ପରିସରରେ ଜୟପୁର ସମିତିସଭ୍ୟ  ଦୀପକ କୁମାର ଶତପଥୀଙ୍କ ସଭାପତିତ୍ୱରେ ଏକ “ଜନ ଆକ୍ରୋଶ ଆନ୍ଦୋଳନ” ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅତିଥି ଭାବେ ବିଜେପିର ରାଷ୍ଟୀୟ ପ୍ରବକ୍ତା ସମ୍ବିତ ପାତ୍ର, ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୁରୀ ଜିଲ୍ଲା ପ୍ରଭାରୀ ଲେଖାଶ୍ରୀ ସାମନ୍ତସିଂହାର, ଜିଲା ସଭାପତି ଆଶ୍ରିତ ପଟ୍ଟନାୟକ, ଓବିସିିର ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଓ କଣାସ ବ୍ଳକ ଅଧ୍ୟକ୍ଷା ପ୍ରଭାତୀ ରାଉତ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ଦୁର୍ନିତୀ, ଭଷ୍ଟ୍ରାଚାର ଓ ଗଣତାନ୍ତ୍ରିକ ପଦ୍ଧତି ବିରୋଧରେ ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି ଆନ୍ଦୋଳନ ପ୍ରତି ଗ୍ରାମରେ ପହଞ୍ଚିବା ଦରକାର ବୋଲି ଅତିଥି ମାନେ କହିଥିଲେ । ସେହିପରି ବିଜେଡି ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନାମରେ କିପରି ନିଜର ଫାଇଦା ନେଉଛନ୍ତି ତାହା କହିବା ସହ ଏହି କାର୍ଯ୍ୟକୁ ଘୋର ବିରୋଧ କରିବା ପାଇଁ   ଜନସାଧାରଣ ଓ କର୍ମୀ ମାନଙ୍କୁ ଆହ୍ୱନ ଦେଇଥିଲେ । ସତ୍ୟବାଦୀ ବ୍ଳକ ହେଉଛି ଏକ ଦୁର୍ନୀତିର ଗନ୍ତାଘର । ସେହିପରି ଉପସ୍ଥିତ ଥିବା କର୍ମୀ ମାନଙ୍କୁ  ଏକ ଶପଥ ପାଠ ବିଜେପିର ରାଷ୍ଟୀୟ ପ୍ରବକ୍ତା ସମ୍ବିତ ପାତ୍ର କରାଇଥିଲେ । ସତ୍ୟବାଦୀରେ ଆଗାମୀ ନିର୍ବାଚନକୁ ଆଖ ଆଗରେ ରଖି ବିଜେପିର ନିର୍ବାଚନ ପ୍ରଚାର ସହିତ  ପଦ୍ମଫୁଲ ଚିହ୍ନରେ ଭୋଟ ଦେବାକୁ ଅତିଥି ମାନେ ଉପସ୍ଥିତ ଥିବା କର୍ମୀ ଓ ଜନସାଧାରଣଙ୍କୁ ନିବେଦନ କରିଥିଲେ । ନିର୍ବାଚନ ଆଗରୁ ବିଜେପି ତାର ପ୍ରଥମ ଟ୍ରେଲର ଦେଖାଇଛି । ଏହାକୁ ନେଇ ଏହା ନିର୍ବାଚନ ପ୍ରଚାର ବିଜେପିର ଆରମ୍ଭ ବୋଲି ସତ୍ୟବାଦୀର ବୁଦ୍ଧିଜୀବୀ ମାନେ ଆଲେଚନା କରୁଥିବାର ଦେଖାଯାଇଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୧୨/୨୦୨୩--୬,୧୦   Sakhigopal News, 11/12/2023

Blog Archive

Popular Posts