Breaking News

ବ୍ରାହ୍ମଣପଦର ହାଇସ୍କୁଲ ରେ ବାର୍ଷିକ କ୍ରୀଡା ଉତ୍ସବ


 
ଭଞ୍ଜନଗର - ଶୁକ୍ରବାର ଦିନ ଭଞ୍ଜନଗର ବ୍ଲକର ବ୍ରାହ୍ମଣପଦର ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ପରିସରରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଯୋଧାନାଥ ସାହୁଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମଣପଦର ସରପଞ୍ଚ ବନମାଳି ଗୈାଡ ମୁଖ୍ୟ ଅତିଥଭାବେ ଯୋଗ ଦେଇଥିଲେ  ।  ସମ୍ନାନିତ ଅତିଥିଭାବେ ଅବସରପ୍ରାପ୍ତ  ସେନା ଅଧିକାରୀ  ରଘୁନାଥ ବିଷୋୟୀ  ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ମହେନ୍ଦ୍ର କୁମାର ବିଷୋୟୀ  ସଂଯୋଜନା କରିଥିଲେ । ଏଥିରେ ଛଅ ଗୋଟି ଦଳ ଅଂଶଗ୍ରହଣ କରିଥିଲେ  । ଏହି ପ୍ରତିଯୋଗିତା  ବ୍ରହ୍ମଣପଦର,ଗାଲେରୀ,ତଳଜୀବିକା,ମୁଜାଗଡ,ଦୋମୁହାଁଣୀ ଓ ବଦାଙ୍ଗି । ଏଥିମଧ୍ୟରୁ ୨ଟି ଦଳ ବିଜେତା  ହାସଲ କରିଥିଲେ । ବିଜେତା ଦଳ ହେଲେ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ବ୍ରାହ୍ମଣପଦର ଏବଂ ଉପ ବିଜେତା ଦଳ ଭାବେ ମୁଜାଗଡ ସରକାରୀ ଉଚ୍ଚ ମାଧ୍ୟମିିକ ବିଦ୍ୟାଳୟ  ।  ରାମଚନ୍ଦ୍ର ରାଉଳ, ସତ୍ୟନାରାୟଣ ସାହୁ, କ୍ରିଷ୍ଣା ଷତଙ୍ଗୀ,ବୃନ୍ଦାବନ ସେଠୀ, ରମେଶ ପ୍ରଧାନ , ପିଣ୍ଟୁ ମଲ୍ଲିକ ,ନିରୁୁପମା କହଁର, ରଶ୍ମିତା ରାଣୀ ମହାରଥା ,ଅନିତା ସାମନ୍ତରା ଓ ବିୟୁଟିରାଣୀ ମାଝି ସମେତ ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାରେ ବିଜେତା ଦଳକୁ ବାର୍ଷିକ ଉତ୍ସବରେ ସମାନ୍ନୀତ କରାଯିବ ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ପ୍ରତିଯୋଗିତାକୁ ଅନୁର୍ଜୟ ଦଳବେହେରା ଓ ଚିନ୍ମୟ ସାହୁ ପରିଚାଳନା କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୧୨/୨୦୨୩---୯,୨୦ Sakhigopal News,10/12/2023

Blog Archive

Popular Posts