ସତ୍ଯବାଦୀରେ ୨୭ତମ ବିଜେଡି ପ୍ରତିଷ୍ଠା ଦିବସ ; ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ
ସାକ୍ଷୀଗୋପାଳ ---- ଇତିହାସ ରଚିଲେ ଲୋକପ୍ରିୟ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଷଷ୍ଠ ଥର ପାଇଁଁ ମୁଖ୍ୟମନ୍ତ୍ରୀ ହେବେ ଏଥିରେ ତିଳେ ମାତ୍ର ଅବିଶ୍ବାସ ନାହିଁ। ବିଜେପି ନେତାମାନେ ଏବେ ଠାରୁ ବାଉଳା ହେଲେନି। ସେହିପରି ସତ୍ୟବାଦୀ ଓ କଣାସ ବ୍ଲକ୍ ର କୋଟି କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ସଚିବ କାର୍ତ୍ତିକ ପାଣ୍ଡିଆନଙ୍କ ସହଯୋଗରେ ସତ୍ୟବାଦୀ ନିର୍ବାଚନର ଉନ୍ନତି ହୋଇଛି ବୋଲି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଯୋଗଦେଇଥିବା ଅତିଥି ମାନେ ମତପ୍ରକାଶ କରିଥିଲେ। ବିଜୁ ଜନତା ଦଳ ର ୨୭ତମ ପ୍ରତିଷ୍ଠା ଦିବସ ସତ୍ଯବାଦୀ ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ପାଳନ କରାଯାଇଛି । ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଏହା ଆୟୋଜନ କରାଯାଇ ଥିଲା । ଅନୁଷ୍ଠିତ ସଭାରେ ସତ୍ଯବାଦୀ ବ୍ଲକ ବିଜେଡି ସଭାପତି ପ୍ରମୋଦ ରାଉତରାୟ ସଭାପତିତ୍ୱ କରିଥିଲେ । ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ଓ ବିଜୁବାବୁଙ୍କ ଫଟୋରେ ଅତିଥିମାନେ ମାଲ୍ଯାର୍ପଣ କରିବା ପରେ ସଭାକାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇ ଥିଲା । କଣାସ ଓ ସତ୍ଯବାଦୀ ବ୍ଲକର ସହସ୍ରାଧିକ ବିଜୁ ପ୍ରେମୀ ଓ ନବୀନ ପଟ୍ଟନାୟକ ପ୍ରେମୀ ମାନେ ଯୋଗଦାନ କରିଥିଲେ । ମୁଖ୍ଯ ଅତିଥି ଭାବେ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦାନ କରି ବିଜୁ ଜନତା ଦଳ ଗୋଟିଏ ଶ୍ରୁଙ୍ଖଳିତ ଦଳ । ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ଯମନ୍ତ୍ରୀ ହେବା ପାଇଁ ସମସ୍ତେ ଶପଥ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ସତ୍ଯବାଦୀ ବ୍ଲକ ଅଧ୍ଯକ୍ଷ ସୁନିଲ କୁମାର ପଣ୍ଡା, ଆତ୍ମା ଅଧ୍ଯକ୍ଷ ମହମ୍ମଦ ଝିକିରିଆ , ସତ୍ୟବାଦୀ ବ୍ଳକ ବିଜେଡି ମିଡିଆ ସେଲର ସଂଯୋଜକ ତୁଷାର ରଞ୍ଜନ ନାୟକ, ଯୁବ ବିଜେଡି ସଭାପତି ଶରତ କୁମାର ରାଉତରାୟ, କଣାସ ଯୁବ ବିଜେଡି ସଭାପତି ବସନ୍ତ କୁମାର ଜେନା, କଣାସ ବିଜେଡି ସଭାପତି ସୁରେନ୍ଦ୍ର ସାହୁ, ଛାତ୍ର ବିଜେଡି ସଭାପତି ଦୀନେଶ ମହାପାତ୍ର, ମିଶନଶକ୍ତି ମହିଳା ସଭାନେତ୍ରୀ ଲକ୍ଷ୍ମିପ୍ରିୟା ଦାଶ, ଜୟପୁର ସରପଞ୍ଚ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ ଓ ପୂର୍ବତନ ଜିଲାପରିଷଦ ସଭ୍ଯ ଧ୍ରୁବ ଚରଣ ଦାଶ ପ୍ରମୁଖ ଯୋଗଦାନ କରି ନବୀନ ପଟ୍ଟନାୟକ ଙ୍କ ହାତମୁଠା ଟାଣ କରିବାକୁ ହେଲେ ଉମାକାନ୍ତ ସାମନ୍ତରାୟ ଆଗାମୀ ନିର୍ବାଚନରେ ସମସ୍ତେ ସମ୍ମିଳିତ ଉଦ୍ଯମ କରିବାକୁ ମତପ୍ରକାଶ କରିଥିଲେ। ଅନ୍ଯମାନଙ୍କ ମଧ୍ଯରେ ସୁବାସ ପ୍ରଧାନ, ପୂର୍ବତନ ଆତ୍ମା ସଭାପତି ବେବିଲାଲ ମିଶ୍ର, ଦେବେନ୍ଦ୍ର ମହାପାତ୍ର ଓ ସରପଞ୍ଚ ଦୁଶାସନ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ। ସେହିପରି କଣାସ ଓ ସତ୍ଯବାଦୀ ବ୍ଲକ ର ବିଜେଡି ସମର୍ଥିତ ସରପଞ୍ଚ ସମିତି ସଭ୍ଯ ସଭ୍ଯା, ପୂର୍ବତନ ସରପଞ୍ଚ ସମିତି ସଭ୍ଯ ସଭ୍ଯା ମିଶନଶକ୍ତି ମହିଳା ସଂଘର ସହସ୍ରାଧିକ ମହିଳା ବିଜୁ ଓ ନବୀନ ପ୍ରେମୀ ଏହି ପ୍ରତିଷ୍ଠା ଦିବସ ରେ ଯୋଗଦାନ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୨୨/୨୦୨୩-----୮,୩୫ Sakhigopal News,27/12/2023