Breaking News

ଗାଡି ଦୁର୍ଘଟଣାରେ କଲେଜ ଛାତ୍ରଙ୍କ ମୃତ୍ୟୁ




ଜଟଣୀ -- ସ୍ଥାନୀୟ ରେଲୱେ ଗୋଲାଇ ମାର୍କେଟରୁ ସୀତାରାମ ଛକ ଅଭିମୁଖେ ନିଜ ବାଇକ ରେ ଯାଉଥିବା ସମୟରେ ମହାନ୍ତି ବହି ଦୋକାନ ସାମ୍ନାରେ ଭାରସାମ୍ୟ ହରାଇ ଛାତ୍ର ଜଣକ ପଡି ଯିବାରୁ କଂକ୍ରିଟ ରାସ୍ତାରେ ପିଟି ହୋଇ କାନ, ନାକ ଓ ପାଟିରୁ  ରକ୍ତସ୍ରାବ ହୋଇଥିଲା l ଏହା ଦେଖି ସ୍ଥାନୀୟ ଲୋକଙ୍କ ସହ ଛାତ୍ରଙ୍କ ପରିବାର ଲୋକେ ତୁରନ୍ତ ଚିକିତ୍ସା ନିମନ୍ତେ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l କିନ୍ତୁ ବହୁ ପରୀକ୍ଷା ନିରୀକ୍ଷା ପରେ ଶେଷରେ ଛାତ୍ରକୁ ମୃତ୍ୟୁ ଘୋଷଣା କରିଥିଲେ l  ହରିପୁର କଲେଜର +୩ ପ୍ରଥମ ବର୍ଷ ଛାତ୍ର ଅରୂଣ ସାହୁ l ଛାତ୍ର ଜଣକ ଜଟଣୀ ରାଜା ବଜାରର ଇମାମବାଡା ଗଳିରେ ରହୁଥିବା ଅରବିନ୍ଦ ସାହୁଙ୍କ ଏକମାତ୍ର ପୁଅ ଥିଲେ l ଅରୁଣଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳ ସହ ସାହି ପଡିଶା ଏବଂ ସହରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୋକାକୋଳ ପରିବେଶ ସୃଷ୍ଟି ହୋଇଥିଲା l ମୁର୍ତ୍ୟୁ ପରେ ଅରୁଣଙ୍କ ଦୁଇଟି ଆଖି ଦାନ କରାଯାଇଥିବା ପରିବାର ତରଫରୁ ସୂଚନା ମିଳିଛି l ଛାତ୍ରଙ୍କ ମୁର୍ତ୍ୟୁ ଖବର ପାଇଁ ପୂର୍ବତନ ପୌରପରିଷଦ ଅଧକ୍ଷ ସଂଗ୍ରାମ କେଶରୀ ରାଉତରାୟ ମୃତ ଛାତ୍ରଙ୍କ ଶେଷ ଦର୍ଶନ କରି ଶୋକ ସନ୍ତାପ ପରିବାରକୁ ସମବେଦନା ଜଣାଇବା ସହ ପ୍ରଭୁ ଜଗନ୍ନାଥ ଧର୍ଯ୍ୟ, ଶକ୍ତି ଓ ସାହସ ପ୍ରଦାନ କରନ୍ତୁ ବୋଲି ପ୍ରଭୁଙ୍କ ନିକଟରେ କାମନା କରି ଛାତ୍ରଙ୍କ ପାର୍ଥିବ ଶରୀରରେ ମାଲ୍ୟାର୍ପଣ କରିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୧୨/୨୦୨୩----୧୧,୪୫ Sakhigopal News,27/12/2023

Blog Archive

Popular Posts