Breaking News

ପେଟ୍ରୋଲ ପମ୍ପ ନିର୍ମାଣ ପାଇଁ ସରକାରୀ ଜମି ଏବଂ ପାଣି ନାଳ (ହୁଦା) ଜବର ଦଖଲ, ଗ୍ରାମବାସୀଙ୍କ ବିରୋଧ




ଜଟଣୀ --ସ୍ଥାନୀୟ ଷଣ୍ଢପୁର ଏବଂ ଗୋବିନ୍ଦ ପୁର ମୌଜାର ସରକାରୀ ଜମି ସହ ପାଣିନାଳ (ହୁଦା) କୁ ଜୈନିକ ୩ ଜଣ ବ୍ୟକ୍ତି ଜବର ଦଖଲ କରି ଉକ୍ତ ସ୍ଥାନରେ ପେଟ୍ରୋଲ ପମ୍ପ ନିର୍ମାଣର ମସୁଧା କରୁଥିବାର ସ୍ଥାନୀୟ ଗ୍ରାମବାସୀ ଏବଂ ଚାଷୀମାନେ ବିରୋଧ କରିଛନ୍ତି l ସୂଚନା ମୁତାବକ ଭୁବନେଶ୍ୱର ବିନ୍ଦୁ ସାଗର ପୁରୁଣା ସହରର ଶ୍ରୀନିବାସ ସୁବୁଦ୍ଧି, ପିତା ଭୀମସେନ ସୁବୁଦ୍ଧି, ଷଣ୍ଢ ପୁର ମୌଜା ଖାତା ନଂ -195/440, ପ୍ଲଟ ନଂ -58, ଏରିଆ -190 ଡ଼ିସିମିଲ ଏବଂ ଜଟଣୀ ରାମ ଚନ୍ଦ୍ରପୁର ବଡ ନୂଆ ଗାଁର ସଂଯୁକ୍ତା ଶତପଥୀ, ସ୍ୱାମୀ -ଭୁବନାନନ୍ଦ ଶତପଥୀ, ଷଣ୍ଡ ପୁର ମୌଜା ଖାତା ନଂ 155/125, ପ୍ଲଟ ନଂ -60 କିସମ ପୁରାତନ ପତିତ ଥିବା ବେଳେ ତତ ସଲଗ୍ନ ପ୍ଲଟ ନଂ -59 ପାଣି ନାଳ (ହୁଦା) କୁ ଜବର ଦଖଲ କରୁଥିବା ବେଳେ ସେହି ରାମଚନ୍ଦ୍ରପୁର ବଡ ନୂଆ ଗାଁ ନିବାସୀ ଭୁବନା ନନ୍ଦ ଶତପଥୀ, ପିତା -ମୁରଲୀ ଧର ଶତପଥୀ, ଗୋବିନ୍ଦ ପୁର ମୌଜା ପ୍ଲଟ ନଂ -299, ଏରିଆ 300 ଡ଼ିସିମିଲି ଥିବା ବେଳେ ତତ ସଲଗ୍ନ ଗୋବିନ୍ଦ ପୁର ମୌଜାର ଖାତା ନଂ -282, ପ୍ଲଟ ନଂ 591, ଏରିଆ 990 ଡ଼ିସିମିଲ ରକ୍ଷିତା ଅନାବାଦୀ ଜମିକୁ ସମ୍ପୂର୍ଣ ଜବର ଦଖଲ କରୁଥିବା ସମୟରେ ଏହାର ଘୋର ବିରୋଧ କରିଥିଲେ ସ୍ଥାନୀୟ ଷଣ୍ଢ ପୁର ଏବଂ ଗୋବିନ୍ଦ ପୁର ଗ୍ରାମର ଶତାଧିକ ମହିଳା ଏବଂ ଚାଷୀମାନେ l  ଗ୍ରାମବାସୀଙ୍କ କହିବା ଅନୁଯାଇ ସ୍ଥାନୀୟ ତହସିଲ ଦାର, ଆର ଆଇ ଏବଂ ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟାନ୍ତ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶୀଘ୍ର ସରକାରୀ ଜମି, ପାଣିନାଳ (ହୁଦା) କୁ ଜବର ଦଖଲ ହଟାଇ ତାହାର ପୁନଃ ଉଦ୍ଧାର ପାଇଁ ଦାବି କରିଛନ୍ତି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୧୨/୨୦୨୩----୮,୨୦ Sakhigopal News,18/12/2023

Blog Archive

Popular Posts