ସତ୍ୟବାଦୀ ବ୍ଳକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ମହାଦେବ ଇଲେଭେନ କ୍ରିକେଟ ଦଳ ଚମ୍ପିୟାନ
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ଉକବଲମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଖେଳ ପଡିଆରେ ବ୍ଳକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶେଷ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୭ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ମହାଦେବ ଇଲେଭେନ କ୍ରିକେଟ ଦଳ ସହିତ ଭାଇଜାନ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଶେଷରେ ମହାଦେବ ଇଲେଭେନ କ୍ରିକେଟ ଦଳ ବିଜୟଲାଭ କରି ଏ ବର୍ଷର ଚମ୍ପିୟାନ ହୋଇଥିଲା । ଭାଇଜାନ କ୍ରିକେଟ ଦଳ ରନସଅଫ ହୋଇଥିଲା । ପୁରଷ୍କାର ବିତରଣ ଉତ୍ସବରେ ଜୟପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦୀପକ କୁମାର ଶତପଥି ଓ ସମାଜସେବୀ ଗୌତମ ମିଶ୍ର ଅତିଥି ଭାବେ ଯୋଗ ଦେଇ ଚମ୍ପିୟାନ ଓ ରନସ ଅଫ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଫାଇନାଲ ଖେଳ ପରିଚାଳନା କରିଥିଲେ ବାପି ପ୍ରଧାନ ଓ ସୁକାନ୍ତ ପ୍ରଧାନ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୧୨/୨୦୨୩---୭,୧୦ Sakhigopal News , 21/12/2023