Breaking News

ରେଳୱେ ଓଭରବ୍ରିଜ ନିର୍ମାଣ ପାଇଁ ସର୍ଭେକୁସାକ୍ଷୀଗୋପାଳ ବ୍ୟବସାୟୀ ସଂଘ ବିରୋଧ

   ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳୱେ ଗେଟ ରହିଛି । ଯାହାକି ଏହି ଗେଟ ଅଧିକାଂଶ ସମୟରେ ରେଳ ଗୁଡିକ ଯିବା ଆସିବା କରିବା ସମୟରେ ଅନେକ ଥର ପଡୁଛି । ଯାହାକି ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନଜର କରି ସାକ୍ଷୀଗୋପାଳ ଜନସାଧାରଣଙ୍କ ପକ୍ଷରୁ ତୁରନ୍ତ ଏଠାରେ ଓଭରବ୍ରିଜ ନିର୍ମାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ ଦାବୀ ହୋଇଆସୁଛି । ଜନସାଧାରଣଙ୍କ ଦାବୀକୁ ଗ୍ରହଣ କରି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସାକ୍ଷୀଗୋପାଳରେ ଏକ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି । ଏବେ କାମକୁ ଆଗେଇ ନେବା ପାଇଁ ଏକ ସଂସ୍ଥା ଦ୍ୱାରା ଜମି ଅଧିଗ୍ରହଣ କରିବା ପାଇଁ ସର୍ଭେ କରାଯାଉଛି । ମାତ୍ର ସାକ୍ଷୀଗୋପାଳ ବ୍ୟବସାୟୀ ସଂଘ ଏହାକୁ ବିରୋଧ କରିଛି । ଏହା ଅଗାରୁ ସାକ୍ଷୀଗୋପାଳ ବ୍ୟବସାୟୀ ସଂଘ ମୁଖ୍ୟମନ୍ତ୍ରୀ , ୫ଟି ସଚ୍ଚିବଙ୍କ ସହିତ କେନ୍ଦ୍ର ସରକାରଙ୍କ ରେଳ ବିଭାଗ ମନ୍ତ୍ରୀଙ୍କୁ ଏଠାରେ ନ କରିବା ପାଇଁ  ସଂଘ ପକ୍ଷରୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟ ପକ୍ଷେ ବିଭିନ୍ନ ସଂଘ, ସମାଜସେବୀ, ଆଇନଜୀବୀ,ରାଜନେତା ଓ ଯୁବକ, ଯୁବତୀ ମାନେ ତୁରନ୍ତ ଏଠାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ କେନ୍ଦ୍ର ଓରାଜ୍ୟ ସରକାରଙ୍କ ନିକଟରେ ବିଭିନ୍ନ ମାଧ୍ୟମରେ  ଦାବୀ କରି ଆସୁଛନ୍ତି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୧୨/୨୦୨୩----୮,୧୦   Sakhigopal News, 19/12/2023

Blog Archive

Popular Posts