ଦନ୍ତା ହାତୀ ର ଆକ୍ରମଣ ରେ ଦୁଇ ଜଣଙ୍କର ମୃତ୍ୟୁ
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ର ଝରାପାଲି ର ଝରନିଆଟିକ୍ରା ଓ ଦେଶଭଟଲି ର ବିଶିପାଲି ଠାରେ ଏକ ଦନ୍ତା ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଗାଇସିଲେଟ ବ୍ଲକ କଠଉମାଲ ଗ୍ରାମର ସେବଲାଲ ସୁନା ବୟସ ୫୫ ସହିତ ତାଙ୍କର ୨ ପୁଅ ସମେତ ମୋଟ ୨୦ ଜଣ କେନାଲ କାମ କରିବା ପାଇଁ ଆସିଥିଲେ । ଆଜି ସକାଳେ ଶୌଚ ପାଇଁ ନିକଟସ୍ଥ ଏକ ପଥର ଖୋଦାନ କୁ ଯାଇଥିଲେ । ଏହି ସମୟରେ ଏକ ଦନ୍ତାହାତୀ ଆସି ତାଙ୍କୁ ଦଳିଚକଟି ମାରି ଦେଇଥିଲା । ଏହା ପରେ ହାତୀ ଟି ଦେଶଭଟଲି ର ବିଶିପାଲି ଠାରେ ଏକ ଯୁବଚାଷୀ ବଲରାମ ସାହୁ ବୟସ ୨୫ ନିଜ ବିଲ ରେ ଧାନକାଟୁ ଥିବା ସମୟରେ ତାକୁ ଦଳିଚକଟି ମାରି ଦେଇଥିଲା। ଏହି ଘଟଣା ପରେ ଭେଡେନ ପୋଲିସ,ଭେଡେନ ତହସିଲଦାର ଓ ବନ ବିଭାଗ କର୍ମଚାରୀ ମାନେ ଉକ୍ତ ଜାଗାରେ ପହଞ୍ଚି ତଦନ୍ତ କରିଥିଲେ। ଦୁଇଟି ଅମୂଲ୍ୟ ଜୀବନ ଗଲା ପରେ ସମଗ୍ର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ସରକାର ଓ ବନବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବୀ ହେଉଛି। ଉକ୍ତ ମୃତ ୨ ଜଣ ପରିବାରର ମୁଖ୍ଯ ଥିଲେ । ଉକ୍ତ ପରିବାର ବେସାହାରା ହୋଇଯାଇଛନ୍ତି । ତୁରନ୍ତ ଉକ୍ତ ଦୁଇ ପରିବାର ଗରିବ ହୋଇଥିବାରୁ ଶିଘ୍ର ସରକାରୀ ସାହାଯ୍ଯ ଯୋଗାଇ ଦେବାକୁ ଜନସାଧାରଣ ଦାବୀ ଜଣାଇଛନ୍ତି । ଯଦି ଆଗରୁ ବନବିଭାଗ ହାତୀଙ୍କ ଗତି ବିଧି ଉପରେ ନଜର ରଖିଥିଲେ । ଏହିପରି ଅକାଳ ରେ ଦୁଇଟି ଜୀବନ ଯାଇନଥାନ୍ତା ବୋଲି ଲୋକମାନେ କହନ୍ତି।ଆଗକୁ ବନ ବିଭାଗ ଉଚିତ ପଦକ୍ଷେପ ନେବାକୁ ଅଞ୍ଚଳ ବାସି ଦାବି କରୁଛନ୍ତ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୮/୧୨/୨୦୨୩---୮,୪୫ Sakhigopal News,18/12/2023