Breaking News

ବିଦ୍ୟାବିହାର ରେ "ନୂଆ - ଓ " ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ




ଭଞ୍ଜନଗର  - କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ " ନୁଆ -ଓ" ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ଯରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦଘାଟନ କରିବା ସହ ବିଦ୍ୟାର୍ଥୀମାନେ ସାଂସ୍କୃତିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନକୁ ପ୍ରଶଂସା କରିଥିଲେ । ନୋଡାଲ ଅଧିକାରୀ ଦେବେଶ ଚନ୍ଦ୍ର ମହପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ରୁନିବାଳା ତ୍ରିପାଠୀ ବିବରଣୀ ପାଠ କରିଥିଲେ । ସମସ୍ତ ମଞ୍ଚାସିନ ଅତିଥିମାନଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ବକ୍ତା ପ୍ରାକ୍ତନ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ, ସମ୍ମାନିତ ଅତିଥି ଭାବେ   କ୍ଷତ୍ରିୟବରପୁର ଗ୍ରାମ ପାଞ୍ଚୟତ ସମିତି ସଭ୍ୟ କୁଞ୍ଜ ବିହାରୀ ନାୟକ ପ୍ରମୁଖ ଯୋଗଦେଇଥିଲେ । ସରକାରଙ୍କ ଉକ୍ତ କାର୍ଯ୍ୟକ୍ରମର ପ୍ରଶଂସା  କରିବା ସହ ବିଦ୍ୟାର୍ଥୀମାନେ  ଶୃଙ୍ଖଳା ସହ ପ୍ରତିଯୋଗୀତା ମାନଙ୍କରେ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରତିପାଦନ କରିଥିବାରୁ ଅତିଥି ମାନେ ପ୍ରଶଂସା କରିଥିଲେ । ବିଭିନ୍ନ ପ୍ରତିଯୋଗୀତାରେ ସଫଳତା ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।  ଅଧ୍ୟାପିକା ସ୍ନିଗ୍ଧା ରାଣୀ ଗୌଡ଼ ଧନ୍ୟଵାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ  ପ୍ରଧ୍ୟାପକ କୁମୁଦ ଚନ୍ଦ୍ର ମହପାତ୍ର, ଯୁବ ରେଡକ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା, ପି. ଦୀପକ ରାଓ,  ଦୀପୁ ଭୁୟାଁ , ମହେଶ୍ଵର ରାଉତ, ଗଙ୍ଗାଧର ରଣା, ପିଙ୍କି କୁମାରୀ ପୋଲ୍ଲେଇ, ରୂପାଲୀ ବିଷୋୟୀ, ଭାରତୀ ବିଶ୍ୱାଳ, ସ୍ୱରୂପା ରାଣି ବିଶ୍ୱାଳ, ସୀମାଞ୍ଚଳ ବିଶ୍ୱାଳ, ରାମଚନ୍ଦ୍ର ନାୟକ, ମହେଶ୍ଵର ଗୌଡ଼, ବଳରାମ ଗୌଡ଼,  ରମେଶ ଚନ୍ଦ୍ର ବିଶୋଇ, ପଦ୍ମ ଚରଣ ନାୟକ, ସନ୍ତୋଷ ବିଶ୍ୱାଳ  , ନାରାୟଣ ନାୟକ, ସନ୍ତୋଷ ବିଷୋୟୀ , ବାସନ୍ତୀ  ମହାପାତ୍ର, ପ୍ରତିମା ନାଇକ ଓ ମହେଶ୍ଵର ନାଇକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କାରିଥିଲେ ।   ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୧୨/୨୦୨୩---୮,୪୫ Sakhigopal News,3112/2023

Blog Archive

Popular Posts