Breaking News

ଜାଗେଶ୍ବରୀ ବିଦ୍ଯାପୀଠର ୧୯୭୯ ବ୍ଯାଚର ବନ୍ଧୁ ମିଳନ



    ସାକ୍ଷୀଗୋପାଳ --- ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ସ୍ଥିତ ଜାଗେଶ୍ୱରୀ ବିଦ୍ଯାପୀଠ ର ୧୯୭୯ ମାଟ୍ରିକ ବ୍ଯାଚ ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁ ମିଳନ   ଅନୁଷ୍ଠିତ ବୁଧବାର ହୋଇଯାଇଛି  । ୪୫ ବର୍ଷ ପରେ  ଏକାଠି ହୋଇଥିବାରୁ ସମସ୍ତଙ୍କ  ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ସତ୍ଯବାଦୀ ଉଚ୍ଚ ବିଦ୍ଯାଳୟ କ୍ଯାମ୍ପସ ପଡିଆରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ଯାର୍ପଣ କରିବା ପରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା  ।  ସହପାଠୀ ସ୍ୱର୍ଗତ ଡଃ, ଜିତିଶି ମହାନ୍ତି ଓ ସଚ୍ଚିକାନ୍ତ ବରାଳଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା  । ଯୁଧିଷ୍ଠିର ବରାଳ ଏଥିରେ ସଭାପତିତ୍ୱ କରିଥିଲେ  । ଅବସରପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ସେନାପତି, ଦୁର୍ଯ୍ୟୋଧନ ନାୟକ ଓ ବିରଞ୍ଚିନାରାୟଣ ମହାନ୍ତି ଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ୱର୍ଦ୍ଧିତ କରାଯାଇ ଥିଲା  । ଜାଗେଶ୍ୱରୀ ବିଦ୍ଯାପୀଠ ପ୍ରଧାନ ଶିକ୍ଷୟତ୍ରୀ ଉର୍ମିଳା ନାୟକ, ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ପରିଡା ଓ ବ୍ରୁନ୍ଦାବନ ବେହେରା ଙ୍କ ତତ୍ୱାବଧାନରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୧୨/୨୦୨୩----୮,୪୫ Sakhigopal News,27/12/2023

Blog Archive

Popular Posts