ଶ୍ରୀ ପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତl
ଶ୍ରୀ ପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହି କ୍ରୀଡାକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଳନ୍ଧର ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶିକ୍ଷା ସହ କ୍ରୀଡା ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ବକ୍ତବ୍ୟ ରଖିଥିଲେ ଶ୍ରୀ ବେହେରା ।ପ୍ରାରମ୍ଭରୁ ଛାତ୍ରମାନେ ଗ୍ରାମ ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ଆସି କ୍ରୀଡାକ୍ଷେତ୍ରକୁ ପରିକ୍ରମା କରିଥିଲେ। ପରେ ସମସ୍ତ ଛାତ୍ରଛାତ୍ରୀମାନେ ଶପଥ ପାଠ କରି କ୍ରୀଡ଼ାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ବିଜ୍ଞାନ ଶିକ୍ଷକ ରତ୍ନାକର ଚମ୍ପତି ଓ ଶିକ୍ଷୟିତ୍ରୀ ସବିତା ପାଢ଼ୀ କ୍ରୀଡାର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ।କ୍ରୀଡା ଶିକ୍ଷୟିତ୍ରୀ ନନ୍ଦିତାରାଣୀ ବେହେରା ବିଭିନ୍ନ କ୍ରୀଡା ସମ୍ପର୍କରେ ସୂଚନା ଦେଇଥିଲେ। ଶିକ୍ଷକ ସନ୍ତୋଷ କୁମାର କୁଣ୍ଡୁ ଓ ବସନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ଆୟୋଜନ କରିଥିବାବେଳେ ଶିକ୍ଷକ ସୌମ୍ୟରଂଜନ ବେହେରା ଓ ଶିକ୍ଷୟତ୍ରୀ ପଲ୍ଲୀଶ୍ରୀ ସେଠୀ ଖେଳ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ସହକର୍ମୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୧୨/୨୦୨୩----୮,୪୫ Sakhigopal News,22/12/2023