ଜନ କଲ୍ଯାଣ ସେବା ଟ୍ରଷ୍ଟ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ
ବରଗଡ଼ ---ବରଗଡ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ର ଘରୋଇ ବିଦ୍ୟାଳୟ ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ଠାରେ ଏକ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ଜିଲ୍ଲା କେନ୍ଦ୍ର ବ୍ୟାଙ୍କ ର ଏମପ୍ଲଇଜ୍ ଏସୋସିଏସନ ର ସଭାପତି ଅଭିନାସ ପତି ଯୋଗଦାନ କରି କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ପ୍ରଥମ ସୁଭଶ୍ରୀ ବାରିକ,ଦୁତୀୟ ସଗୁନ ଦୁରଦସ ଓ ତୃତୀୟ ସୁବିଧା ବଡ଼ପଣ୍ଡା ସାଧାରଣ ଜ୍ଞାନ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ହୋଇଥିଲେ । ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ମୁକୁନ୍ଦ ଦାଶ, ସମ୍ବଲପୁର ଜିଲ୍ଲା ସଭାପତି ବିରେନ୍ଦ୍ର ପ୍ରତାପ ସାହୁ, ଆଜିବନ ସଦସ୍ୟ ବୃନ୍ଦାବନ ବେହେରା, ମୁଖ୍ୟ ଉପଦେଷ୍ଟା ଶିବାନନ୍ଦ ମଟାରୀ ଯୋଗଦାନ କରି କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରି ପ୍ରତିଯୋଗିତା ପାଇଁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାମନ୍ଦିର ର ମୁଖ୍ୟ ଆଚାର୍ଯ୍ୟ ଧରଣୀ ଧର ବିଶ୍ଵାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ। ଏହି ପ୍ରତିଯୋଗିତା ବରଗଡ଼ ଜିଲ୍ଲା ର ୨୫ ଟି ଘରୋଇ ଓ ସରକାରୀ ବିଦ୍ୟାଳୟ ମାନଙ୍କ ରେ ହେବ ବୋଲି ଜନ କଲ୍ଯାଣ ସେବା ଟ୍ରଷ୍ଟ ର ମୁଖ୍ୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ଼ଃ ଅଜିତ କୁମାର ନାଥ ସୂଚନା ପ୍ରଦାନ କରିଛନ୍ତି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୧୨/୨୦୨୩----୮,୧୦ Sakhigopal News,16/12/2023