Breaking News

ପୁଅର ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ ପାଇଁ ନିବେଦନ


ବରଗଡ଼ --- ବରଗଡ ଜିଲ୍ଲା ରେମଣ୍ଡା ପଞ୍ଚାୟତର ନାଗପଡ଼ା ଗ୍ରାମର ନିରଞ୍ଜନ କନ୍ଧେର ବୟସ ୨୧, ପିତା ନାମ କନ୍ଧେର ବୟସ ୫୪। ନିରଞ୍ଜନ କନ୍ଧେରଙ୍କ ଫୁସଫୁସ ରୋଗାକ୍ରାନ୍ତ ହୋଇପଡିଛନ୍ତି । ଏବେ ଭୁବନେଶ୍ବରର କିମସ୍ ଡାକ୍ତରଖାନା ଚିକିତ୍ସାଧୀନ ଅଛନ୍ତି। ଗତ ଫେବୃୟାରୀ ୨୩ ରେ ପ୍ରଥମେ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲାରେ ଚିକିତ୍ସା କରିଥିଲେ । ରୋଗ ଭଲ ନହେବାରୁ ପୁଣି ବିକାଶ ହସ୍ପିଟାଲ ବରଗଡ ରେ ଚିକିତ୍ସା କରାଇଥିଲେ । ବିକାଶ ହସ୍ପିଟାଲ ଡାକ୍ତର ମାନେ ଭୁବନେଶ୍ବର କିମସ୍ ହସ୍ପିଟାଲ ନେବାକୁ କହିଥିଲେ । ବର୍ତମାନ ସେ କିମସ୍ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ସେଠାରେ ରୋଗ ଭଲ ନହେବାରୁ  ସେଠାକାର ଡାକ୍ତର ମାନେ ପୁଣି ହାଇଦ୍ରାବାଦ ନେବାକୁ ପରାମର୍ଶ ଦେଲେଣି । ସେଠାରେ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବବୋଲି କହୁଛନ୍ତି।  ଯାହା କିଛି ସଂପତ୍ତି ଥିଲା ବିକ୍ରି କରି ସାରିଛନ୍ତି।  ଓଡିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ର ସମସ୍ତ ଟଙ୍କା ସରିଗଲାଣି। ବର୍ତମାନ କିଂ କର୍ତବ୍ୟ ବି ମୂଢ ଅବସ୍ଥା ରହିଛନ୍ତି। ପୁଅ ର ଜୀବନ ବଂଚାଇ ପାଇଁ, ଏହି ରୋଗରୁ ଆରୋଗ୍ୟ ପାଇଁ ହେବାପାଇଁ ନିରାଶ ହୋଇଯାଇଛନ୍ତି। ଏକ ମାତ୍ର ପୁଅ ର ଚିକିତ୍ସା ପାଇଁ ସରକାରୀ, ବେସରକାରୀ ଆର୍ଥିକ ସହାୟତା କିମ୍ବା କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବା ପାଇଁ ପରିବାରବର୍ଗ ଆକୁଳ ନିବେଦନ କରିଛନ୍ତି। ଯୋଗ ଯୋଗ ମୋବାଇଲ ନମ୍ବର 7789904317 । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୯/୧୨/୨୦୨୩----୯,୧୦ Sakhigopal News,29/12/2023

Blog Archive

Popular Posts