ବଡକୋଦଣ୍ଡା ହାଇସ୍କୁଲରେ ସୁନେତ୍ର କାର୍ଯ୍ୟକ୍ରମ
ଭଞ୍ଜନଗର :- ଜବାହର ନୋଡାଲ ହାଇସ୍କୁଲ ଠାରେ ଓସେପା ତରଫରୁ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟଙ୍କ ସଭାପତିତ୍ୱରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହାକୁ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଅଧକ୍ଷ ପ୍ରଫେସର କୃତିବାସ ବିଶ୍ୱାଳ, ଅତିଥିଭାବେ ଓଷ୍ଟା ଜିଲ୍ଲା ସଭାପତି ତଥା ବିଦ୍ୟାଳୟ ପ୍ରଧାନଶିକ୍ଷକ ସନ୍ତୋଷ ଯେନା, ଜିଲ୍ଳା ସମ୍ପାଦକ ବିଜୟ କୁମାର ବେହେରା, ବରିଷ୍ଠ ଶିକ୍ଷକ ମନୋରଞ୍ଜନ ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମ ର ଉଦେଶ୍ୟ ଜ୍ଞାପନ କରିଥିଲେ l ସି. ଆର. ସି. ସି. ମୋହନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିବା ଅନିଲ କୁମାର ମୁଦୁଲି ଓ ଚିନ୍ମୟ ଦାସଙ୍କୁ ଅତିଥି ମାନେ ସମ୍ବର୍ଦ୍ଧନା କରିଥିଲେ l ଏଥିରେ ବଡକୋଦଣ୍ଡା ସାନକୋଦଣ୍ଡା ଓ ଡ଼ୁମାକୁମ୍ପା କ୍ଲଷ୍ଟର ରୁ 308 ଛାତ୍ରଛାତ୍ରୀ ଙ୍କ ଚକ୍ଷୁ ପରୀକ୍ଷା କରାଯାଇ 84 ଜଣଙ୍କୁ ଚଷମା ପ୍ରଦାନ ସହ 11 ଜଣଙ୍କୁ ବିଶେଷ ଚିକିତ୍ସା ପାଇଁ ପଠାଯାଇଥିଲା l ଏଥିରେ ତିନିଟି କ୍ଲଷ୍ଟର ରୁ ଆସିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଏହାକୁ ପରିଚାଳନା କରିଥିବାବେଳେ ବଡକୋଦଣ୍ଡା ଉଚ୍ଚ ବିଦ୍ୟାଳର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ l ଶେଷରେ ବରିଷ୍ଠ ଶିକ୍ଷକ ମନୋରଞ୍ଜନ ପଣ୍ଡା ଧନ୍ୟବାଦ ପ୍ରଦାନକରିଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୧୨/୨୦୨୩----୮,୪୫ Sakhigopal News 12/12/2023