Breaking News

ରେମଣ୍ଡା ଗ୍ରାମ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


ବରଗଡ଼ ---- ବରଗଡ ଜିଲ୍ଲା ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ପକ୍ଷରୁ ନୂଆ-ଓ, ଯୁବ ବିକାଶ ଓ ନବିନ ଓଡିଶା ସରକାରଙ୍କ ଯୁବ ବିକାଶ ସମନ୍ନିତ ଓ ଯୁବ ରେଡ଼କ୍ରସ ସଂସ୍ଥା ପକ୍ଷରୁ ରେମଣ୍ଡା ଗ୍ରାମ ପରିକ୍ରମା କରି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଯୁବବିକାଶ ର ସଂଯୋଜକ ତଥା ଅଧ୍ୟାପକ ଧ୍ରୁବରାଜ ପୂରୋହିତ ଓ ଯୁବ ରେଡ଼କ୍ରସ ସଂସ୍ଥା ପକ୍ଷରୁ ଡାଃ ଅଶ୍ଵିନୀ କୁମାର ପାଣିଗ୍ରାହୀ। ଏଥିରେ ମୁଖ୍ୟ ଅତିଥି ଭାବରେ ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଝସକେତନ ପ୍ରଧାନ । ସମ୍ମାନିତ ଅତିଥି ଭାବେ ଉଚ୍ଚବିଦ୍ୟାଳୟର ଅଧକ୍ଷ ସନ୍ତୋଷ କୁମାର ମିଶ୍ର,ଦନାର୍ଦ୍ଧନ ସାହୁ, ରାଜଲକ୍ଷ୍ମୀ ପ୍ରଧାନ, ବିନୋଦ ବିହାରୀ ବାରିକ, ସୁଜିତ ସାହୁ, ଅନିତା ଛନ୍ଦ, ଅର୍ଜୁନ ଦୋରା ଓ ଅନୁପ କୁମାର ଭୋଇ ପ୍ରମୁଖ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୧/୧୨/୨୦୨୩----୮,୧୦ Sakhigopal News,11/12/2023

Blog Archive

Popular Posts