Breaking News

ସ୍ୱାସ୍ଥ୍ୟ ସେବା ଅବହେଳା , ପ୍ରତିବାଦରେ ଗଣ ଧାରଣା




ଜଟଣୀ --ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ସେବା ଅବହେଳା ପ୍ରତିବାଦରେ ଜଟଣୀ ନାଗରିକ କମିଟି ତରଫରୁ ୮ ଘଣ୍ଟିଆ ଗଣ ଧାରଣା ଦିଆଯାଇଥିଲା l ସୂଚନା ମୁତାବକ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ଜଟଣୀ ସହରର ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା କହିଲେ ନ ସରେ l ନାହିଁ ନାହିଁ ରେ ଆମ
 ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଅନୁଯାଇ ଡାକ୍ତର ଓ ଷ୍ଟାଫଙ୍କ ଅଭାବ ସାଙ୍ଗକୁ ଔଷଧ ବିତରଣ ମଧ୍ୟ ଠିକ ରୂପେ କାର୍ଯ୍ୟକାରୀ ହୋଇ ପାରୁନାହିଁ l ବିଡମ୍ବନାର ବିଷୟ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀର ରୋଗ ନିରୂପଣ କ୍ଷେତ୍ରରେ ପରୀକ୍ଷା ପାଇଁ ବିଜ୍ଞାନ ଯୁଗରେ ଉନ୍ନତ ମାନର ଯନ୍ତ୍ରପାତି ଯଥା-ଅଲଟ୍ରା ସାଉଣ୍ଡ, ଇସିଜି, ଏକ୍ସରେ ପ୍ରଭୁତି ଥିଲେ ମଧ୍ୟ ଏହାର ପରିଚାଳନା ସଠିକ ରୂପେ ହୋଇପାରୁନାହିଁ l କୌଣସି ରୋଗୀ ହଠାତ ଆସୁରୋଗୀ ଚିକିତ୍ସା ବିଭାଗକୁ ଆସିଲେ ସଙ୍ଗେ ସଙ୍ଗେ ଖୋର୍ଦ୍ଧା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଭୁବନେଶ୍ୱର 6 ନଂ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରେଫର କରନ୍ତି l ସହରର ଚାରି ପାଖରେ ନାଇଜର, ଆଇଆଇଟି, ସେଞ୍ଚୁରିଆନ, କିଷ୍ଟ, ଫାଟୁଆ ଗଭେଷଣା କେନ୍ଦ୍ର ଅନୁଷ୍ଠାନ ସାଙ୍ଗକୁ ଖୋର୍ଦ୍ଧାରୋଡ଼ ଜଂକ୍ସନ ଷ୍ଟେସନ ଥିବାରୁ ପ୍ରତ୍ୟକ ଦିନ ହଜାର ହଜାର ଜନସାଧାରଣଙ୍କ ସହ ଛାତ୍ରଛାତ୍ରୀଙ୍କ ଗମନା ଗମନ ହୋଇଥାଏ l କିନ୍ତୁ କୌଣସି କାରଣରୁ ଦୁର୍ଘଟଣା ଘଟିଲେ ଗୁରୁତର ରୋଗୀଙ୍କ ପାଇଁ ଶୀତତାପ ନିୟନ୍ତ୍ରଣ କକ୍ଷ (ଆଇ. ସି. ୟୁ ) ର ବ୍ୟବସ୍ଥା ନାହିଁ l ଏହି ପରିପ୍ରେକ୍ଷୀରେ ପ୍ରତିବାଦ ସ୍ୱରୂପ ଜଟଣୀ ନାଗରିକ କମିଟି ତରଫରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମ୍ମୁଖରେ ଏକ ଗଣ ଧାରଣା ଦିଆଯାଇଥିଲା l ଏହି ପ୍ରତିବାଦରେ ଏକ ଦାବି ପତ୍ର 5T ଅଧ୍ୟକ୍ଷ ପରିବାର ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ମନ୍ତ୍ରୀ,ଜିଲ୍ଲାପାଳ ଖୋର୍ଦ୍ଧା, ସିଡିଏମୋ ଖୋର୍ଦ୍ଧା ଏବଂ ଜଟଣୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧକ୍ଷ ପ୍ରଭୁତିଙ୍କୁ ପ୍ରଦାନ କରାଯାଇଥିଲା l ଏହି ଗଣ ଧାରଣାରେ ଜଟଣୀ ନାଗରିକ କମିଟିର ସଭାପତି ମନ୍ମଥ ରାଉତରାୟ, ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ, କଳିଙ୍ଗ ସାହୁ,ଲୁସେନ ରାୟ, ସୁନୀଲ ରାଉତରାୟ, ଯୋଗେଶ ନାୟକ,ପ୍ରଭାସ ପ୍ରଧାନ, ଜଗନ ନାୟକ ତଥା ସହ ସହ କର୍ମୀ ଯୋଗ ଦେଇ ଗଣ ଧାରଣକୁ ସଫଳ କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୧୨/୨୦୨୩----୭,୧୦ Sakhigopal News,29/12/2023

Blog Archive

Popular Posts