Breaking News

ଜାନୁଆରୀ ତିନି ତାରିଖରେ ପୁରୀ ଜିଲ୍ଲାରେ ଧାନମଣ୍ଡି ଖୋଲିବ ; ସତ୍ୟବାଦୀରେ ୧୬ଗୋଟି ସମବାୟ ସମିତି ଓ ଗୋଟିଏ ମହିଳା ଗୋଷ୍ଠୀଙ୍କ ଜରିଆରେ ଧାନ କିଣା ଆରମ୍ଭ


ସାକ୍ଷୀଗୋପାଳ----- ପୁରୀ ଜିଲ୍ଲାରେ ପିପିଲି ବ୍ଳକର ତେଇଶିପୁର ସମବାୟ ସମିତି ଠାରେ ପୁରୀ ଜିଲ୍ଲା ସ୍ତରୀୟ ଧାନମଣ୍ଡି ଉଦଘାଟନ ହେବ ବୋଲି ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ ଜିତେନ୍ଦୁ ଦାଶଙ୍କ ଠାରୁ ସୁଚନା ମିଳିଛି । ରାଜ୍ୟ ସରକାର ଓ ୫ଟି ସଚ୍ଚିବଙ୍କ ନିଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ ତତ୍ୱବଧାନରେ ପଥମ କରି ଧାନମଣ୍ଡି ଉଦଘାଟନ କରାଯିବ । ସେହିପରି ସତ୍ୟବାଦୀ ବ୍ଳକରେ ୧୬ଗୋଟି  ସମବାୟ ସମିତି ସହିତ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଧାନକିଣାର ଶୁଭାରମ୍ଭ କରାଯିବ ବୋଲି ଜଣାପଡିଛି । ୨୦୨୩- ୨୦୨୪ବର୍ଷ ପାଇଁ ଅନଲାଇନ ମାଧ୍ୟମରେ ଏ ବର୍ଷ ୪୫୭୬ଜଣ ଚାଷୀ ଓ ଭାଗଚାଷୀ ନାମ ପଞ୍ଚିକରଣ କରିଥିବା ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟି କାର୍ଯ୍ୟାଳୟର ହିସାବନୀରିକ୍ଷକ ଜଗତ ଜ୍ୟୋତି ସାହୁଙ୍କ ଠାରୁ ସୁଚନା ମିଳିଛି । ସମସ୍ତ ଧାନମଣ୍ଡିରେ ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ଓଜନ ମେସିନ, ପାଲ , ଧାନଗ୍ରେଡିଂ ମେସିନ ସହିତ ସମସ୍ତ ଧାନକିଣା ସମୟରେବ୍ୟବହାର କରାଯାଉଥିବା ସାମଗ୍ରୀ ଗୁଡିକ ଯୋଗାଇ ଦିଆଯାଇଛି ବୋଲି ଧାନକିଣାର ନୋଡାଲ ଅଫିସର ସୁରେନ୍ଦ୍ର କୁମାର ଦତ୍ତଙ୍କ ଠାରୁ ପ୍ରକାଶ । ଏ ବର୍ଷ ରାଜ୍ୟ ସରକାର ଏଫକ୍ୟୁ ମାନର ଧାନ କୁଇଣ୍ଟାଲ ପ୍ରତି ୨୧୪୦ ଟଙ୍କା ରହିଛି । ଧାନ ବିକ୍ରୟ କରୁଥିବା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ସଳକ ଭାବେ ଧାନର ମୂଲ୍ୟ ଯିବ । ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ଚାଷୀଙ୍କୁ ମାଗଣାରେ ୫୦ କେଜିଆ ସୁତୁଲି ଅଖା ଯୋଗାଇ ଦେଉଛନ୍ତି । ଚାଷୀ ମାନେ ଧାନ ବିକ୍ରୟ କରିବା ଆଗରୁ ନିଜ ନିଜର ସୁତୁଲି ଅଖା ସମବାୟ ସମିତି କିମ୍ବା ଯୋଗାଣ ବିଭାଗ ମାଧ୍ୟମରେ ଅଖା ବ୍ୟାଗ ନେଇପାରିବେ । ସତ୍ୟବାଦୀ ବ୍ଳକର ବଳପୁର, ବଳରାମପୁରଗଡ, ବୀରରାମଚନ୍ଦ୍ରପୁର, ବିଶ୍ୱନାଥପୁର ନୂଆଗାଁ, ଦାସବିଦ୍ୟାଧରପୁର, ଗବକୁଣ୍ଡ, ଜାଗେଶ୍ୱରୀ , କାଦୁଆ, ମଧୁବନ, ମହୁରା, ମୂଳଅଳସା, ନୂଆସୋମୋଶ୍ୱରପୁର, ପ୍ରଗତି ଅଳଗୁମ, ସତ୍ୟବାଦୀ, ଶ୍ରୀରାମଚନ୍ଦ୍ରପୁର,ଶୁକଳ ମାକଣ୍ଡପଡା ସହିତ ସତ୍ୟଶାନ୍ତି ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଚାଷୀ ମାନଙ୍କ ଠାରୁ ସିଧା ସଳକ ଧାନକିଣିବାରେ ମିଲର ମାନଙ୍କୁ ସହଯୋଗ କରିବେ । ଯଦି କୌଣସି ଚାଷୀ ଧାନକିଣାରେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତା ହେଲେ ତୁରନ୍ତ ୧୯୬୭ ଟୋଲ ଫି ନମ୍ବରକୁ ଫୋନ କରି ଅଭିଯୋଗ ପଞ୍ଜିକରଣ କରିବା ପାଇଁ ରାଜ୍ୟ ସରକାର ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି । ଅନ୍ୟ ପକ୍ଷେ ଧାନ ମଣ୍ଡି ଖୋଲିବାକୁ ବସିଥିବା ବେଳେ ଧାନ ବିଲରୁ ଆଣି ନାହାନ୍ତି ଚାଷୀ । ଯାହାକି ଧାନମଣ୍ଡି ସଠିକ ଚାଲୁ ହେବା ବେଳକୁ ପ୍ରାୟ ପନ୍ଦର ଦିନ ହୋଇଯିବ ବୋଲି ଜଣାପଡିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୧/୨୦୨୩----୭,୧୦   Sakhigopal News , 29/12/2023

Blog Archive

Popular Posts