Breaking News

ଏକ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ


ଖୋର୍ଦ୍ଧା-ଜଟଣୀ-ଇଲେଭେନ୍ ଷ୍ଟାର୍ କ୍ଳବ୍ ବେଣାପଞ୍ଜରି ଆନୁକୁଲ୍ୟରେ ଆୟୋଜିତ ଏକ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ବେଣାପଞ୍ଜରୀ ଫୁଟବଲ୍ ପ୍ଲେ ଗ୍ରାଉଣ୍ଡ ଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୭ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ୍ ୭୨କ୍ଳବ୍ ଠାଣାପଲି ବେଗୁନିଆ ଖୋର୍ଦ୍ଧା ଓ ମା'ବାଉତି ଗୋଲ୍ଡେନ କ୍ଳବ୍ ଗୋଠ ବଣିଆଁ ଅରଗୁଳ ଜଟଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଖେଳର ଦ୍ଵିତୀୟାର୍ଦ୍ଧରେ ଗୋଲ୍ଡେନ କ୍ଲବର ସୁନିଲ ନାୟକ ଏକ ଚିତ୍ତାକର୍ଷକ ଗୋଲକରି ନିଜ ଟିମକୁ ଠଣାପଲି ଠାରୁ ୧-୦ ଗୋଲରେ ବିଜୟୀ କରାଇଥିଲେ। ଆୟୋଜିତ ପୁରସ୍କାର ବିତରଣି ଉତ୍ସବରେ କାରୀ ମୂଖତଦିର ଓ ହାଫିଜ୍ ମୁଖତାର ଯୋଗଦେଇ ରନର୍ସଅପ୍ ଟିମକୁ ନଗଦ ୨ହଜାର ଓ ଚମ୍ପିୟାନ ଟିମକୁ ନଗଦ ୩ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟକୁ ରେଫେରି ରବି ନାରାୟଣ ରଣା ପରିଚାଳନା କରିଥିବା ବେଳେ ତା'ଙ୍କୁ ଲାଇନ୍ସରେ ସହାୟତା କରିଥିଲେ ମନୋରଞ୍ଜନ ଖୁଣ୍ଟିଆ ଓ ଆନନ୍ଦ ନାୟକ। ଟୁର୍ଣ୍ଣାମେଣ୍ଟକୁ ଆୟୋଜକ ଇଲେଭେନ ଷ୍ଟାର୍ କ୍ଳବର ସେରାଜ୍ ଖାଁ, ମହମ୍ମଦ କୟୁମ୍ ଓ ଅନୁ ଖାଁ ପ୍ରମୁଖ ସମସ୍ତ ଯୁବକ ଏବଂ କର୍ମକର୍ତ୍ତା ସଂଯୋଜନା ଓ ପରିଚାଳନା କରିଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୧୨/୨୦୨୩---୮,୪୫ Sakhigopal News,31/12/2023

Blog Archive

Popular Posts