ଜଟଣୀ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ବାର୍ଷିକ ଆଲୋଚନା ଚକ୍ର ଅନୁଷ୍ଠିତ
ଜଟଣୀ--ଜଟଣୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ
ରାଜୀବ କୁମାର କରଙ୍କ ପୌରହିତ୍ୟରେ ‘ଭାରତରେ ଗଣତାନ୍ତ୍ରିକ ସମାଜବାଦ’ ଶୀର୍ଷକ ଏକ ଆଲୋଚନା
ଚକ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ରରେ କମଳା ନେହେରୁ ମହିଳା
ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ପ୍ରଫେସର ଅଶୋକ କୁମାର ପ୍ରଧାନ ମୁଖ୍ୟ
ବକ୍ତାଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମାଜବାଦର
ପ୍ରାୟଗାତ୍ମକ ଦିଗ ସମ୍ପର୍କରେ ମତ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ
ଅଧ୍ୟାପକ ବାଳକୃଷ୍ଣ ଚୌଧୁରୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ଦିପ ସୁନ୍ଦର ବେହେରା
ଅତିଥୁ ପରିଚୟ ପ୍ରଦାନ କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ଛାତ୍ରଛାତ୍ରୀ ଯଥା ଡ଼ି. ରାମ୍ୟକ୍ରିଷ୍ଣ, ଶ୍ରାବଣୀ
ବେହେରା, ସୁଭଶ୍ରୀ ସାହୁ, ସତ୍ୟସନ୍ଧାନ ପରିଡ଼ା, ପୁଷ୍ପଲତା ଦାସ, ପ୍ରିୟଦର୍ଶିନୀ ସାହାଣୀ, କୌଶଲ୍ୟା ପାହାଳ,
ଇତିଶ୍ରୀ ସାହୁ, ନଜରାନା ବେଗମ, ସୌଫିଆ ବାନୁ ଓ ସୁପ୍ରିୟା ବେହେରା ଅଂଶଗ୍ରହଣ କରି ସେମାନଙ୍କର
ସନ୍ଦର୍ଭ ପାଠ କରିଥିଲେ । ଏହି ପରିପେକ୍ଷୀରେ +୩ ପ୍ରଥମବର୍ଷ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ
କରାଯାଇଥିଲା । ଉପସ୍ଥାନ, ତର୍କ ପ୍ରତିଯୋଗିତା ଏବଂ ଚିତ୍ରାଙ୍କନରେ କୃତିଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ
କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଡଃ ତପନ ମିଶ୍ର, ଅନିଲ କୁମାର
ନନ୍ଦ, କାର୍ତିକ ଦାସ, ରଜନୀ କୁମାର ନାୟକ ଯୋଗଦେଇଥିଲେ । ସେମିନାର ସେକ୍ରେଟାରୀ ଡ଼ି. ରାମ୍ୟାକ୍ରିଷ୍ଣ,
ବାସୁଦେବ ବାରିକ, ପ୍ରିୟଦର୍ଶିନୀ ସାହାଣୀ, ସତ୍ୟସନ୍ଧାନ ପରିଡ଼ା, କୌଶଲ୍ୟା ପାହାଳ ଏବଂ ରାଜୀବ କୁମାର
ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସେମିନାର ସେକ୍ରେଟାରୀ ବାସୁଦେବ ବାରିକ ଧନ୍ୟବାଦ ଅର୍ପଣ
କରିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୧୨/୨୦୨୩---୧୧,୨୫ Sakhigopal News,27/12/2023