ପଲ୍ଲୀଶ୍ରୀ ମହାବିଦ୍ୟାଳୟ ଚିଚିଣ୍ଡା ଠାରେ "ନୂଆ-ଓ" ଯୁବ ଓଡିଶା ଓ ନବିନ ଓଡିଶା ର କାର୍ଯ୍ୟକ୍ରମ ଅନୁଷ୍ଠିତ
ବରଗଡ଼ --- ବରଗଡ ଜିଲ୍ଲା ପଲ୍ଲୀଶ୍ରୀ ମହାବିଦ୍ୟାଳୟ ଚିଚିଣ୍ଡା ଠାରେ "ନୂଆ-ଓ" ଯୁବ ଓଡିଶା ଓ ନବିନ ଓଡିଶା ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମହାବିଦ୍ୟାଳୟ ଇତିହାସ ବିଭାଗର ଅଧ୍ୟାପକ ବୃନ୍ଦାବନ ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ପରେପରେ ଛାତ୍ରଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ଉଦଯାପନୀ ଉତ୍ସବର ପ୍ରଥମାର୍ଦ୍ଧରେ ଦୁଇଟି ସମ୍ବଲପୁରୀ ନାଟକ ଅନୁଷ୍ଠିତ ହୋଇଥିଲା। ପ୍ରଥମ ନାଟକ ଯୁକ୍ତ ୨ ଛାତ୍ରଛାତ୍ରୀ ମାନେ ନାଟକ "କିସ୍ତି" ପରିବେଷଣ କରିଥିଲେ ଓ ଏହାର ରଚନା ଓ ନିର୍ଦ୍ଦେଶନା ଦେଇଥିଲେ, ମହାବିଦ୍ୟାଳୟ ଅଧ୍ୟକ୍ଷ ରାମଚନ୍ଦ୍ର ଚନ୍ଦ୍ର ସାହୁ ।ଦ୍ଵିତୀୟ ନାଟକ "ଜୀବନ ଧର୍ସା" ପରିବେଷଣ ଯୁକ୍ତ ତିନି ଛାତ୍ରୀ ମାନେ ପରିବେଷଣ କରିଥିଲେ । ରଚନା କରିଥିଲେ ଇଂରାଜୀ ଅଧ୍ୟାପିକା ମୃଣ୍ମୟୀ ବାବୁ ଓ ନିର୍ଦ୍ଦେଶନା ଦେଇଥିଲେ ସନ୍ତୋଷ କୁମାର ତ୍ରିପାଠୀ। ଦ୍ଵିତୀୟାର୍ଦ୍ଧ ରେ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇ "ନୂଆ ଓ" ଯୁବ ଓଡିଶା ଓ ନବିନ ଓଡିଶା କାର୍ଯ୍ୟକ୍ରମ କୁ ଉଚିତ ମାର୍ଗରେ ପରିଚାଳିତ, ଉଚ୍ଚ କୋଟୀର ପରିଚାଳନା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କୁ ମୁଖ୍ୟ ଅତିଥି ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ପରିଚାଳନା କମିଟି ର ସଭାପତି ସନ୍ତୋଷ କୁମାର ପାଢ଼ୀ, ଭେଡେନ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହାଲିଙ୍ଗ, ଜିଲ୍ଲା ପରିଷଦ ସଭ୍ୟ ସତ୍ୟଜିତ ପୁରୋହିତ, ସଭ୍ୟା ପିଙ୍କି ବଢ଼େଇ, ପଦ୍ମିନୀ ଗଡତିଆ, ଭେଡେନ ପେକ୍ସ ସଭାପତି ହରିଶଙ୍କର ବେହେରା, ଚିଚିଣ୍ଡା ସରପଞ୍ଚ ସିମା ମେହେର ଓ ସମିତି ସଭ୍ୟା ଜ୍ୟୋତିର୍ମୟୀ ସାହୁ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପରିଶେଷରେ ମହାବିଦ୍ୟାଳୟ ଅର୍ଥଶାସ୍ତ୍ର ଅଧ୍ୟାପକ ରମେଶ ଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୧/୧୨/୨୦୨୩---୧୨,୪୫ Sakhigopal News,31/12/2023