Breaking News

ନବୀନ ଓଡିଶା ମୋ ଓଡିଶା" କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହାତା ହାତି , ୪ଜଣ କୋର୍ଟ ଚାଲାଣ


ଭଞ୍ଜନଗର-- ତାରସିଂ ଥାନା ଗାଲେରୀ ଫାଣ୍ଡି ଅଧିନ ହରିଗଡ ଗ୍ରାମରେ ' ନବୀନ ଓଡିଶା ମୋ ଓଡିଶା' କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି । ଏହି ଘଟଣାରେ ଜଡ଼ିତ ୪ ଜଣଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଶ୍ବନି କୁମାର ଭିତ୍ରିଆ କହିଛନ୍ତି। ସୁଚନା ଯେ ଗ୍ରାମାଞ୍ଚଳରେ ଉନ୍ନତି ନିମନ୍ତେ ରାଜ୍ୟ ସରକାରଙ୍କ " ନବୀନ ଓଡିଶା ମୋ ଓଡିଶା' କାର୍ଯ୍ୟକ୍ରମ ଚାଲିଥିବା ବେଳେ  ଗାଲେରୀ ଫାଣ୍ଡି ହରିଗଡ ଗ୍ରାମରେ ଏହି ଯୋଜନା ଅନ୍ତଭୁକ୍ତ ରାସ୍ତା କାମର ଫଳକ ହରିଗଡ ଗ୍ରାମର ଶୁରେନ୍ଦ୍ର  ଗୌଡ ତିଆର କରୁଥିଲେ । ସେହି ଗ୍ରାମର ଅନ୍ୟଗୋଷ୍ଠୀ ତିଲୋଚନ ଗୌଡ ଓ ତାଙ୍କତିନି ପୁଅ ମିଶି ଶୁରେନ୍ଦ୍ର ଗୌଡକୁ ଘଟଣା ସ୍ଥାନରେ ଗାଳିଗୁଲଜ କରିବା ସହ ମାଡ ଓ ହତ୍ୟା ଧମକ ଦେବାକୁ ନେଇ ଗତ ୭ - ୧୨ -୨୦୨୩ ତାରିଖରେ ତାରସିଂ ଥାନାରେ ଅଭିଯୋଗ କରିଥିଲେ ।  ଅଭିଯୋଗ କରିବା ପରେ ଗାଲେରୀ ଫାଣ୍ଡି ପୋଲିସ ଘଟଣାର ସତ୍ୟା ସତ୍ୟକୁ ଅନୁସନ୍ଧାନ କରିବା ପରେ  ଥାନା କେସନଂ ୪୩୮ /୨୩ ମାମଲା ରୁଜୁ କରାଯାଇ  ମଙ୍ଗଳବାର ବାର ଦିନ ଅଭିଯୁକ୍ତ ତିଲୋଚନ ଗୌଡ ଓ ତାଙ୍କର ତିନିପୁଅ ସନ୍ତୋଷ ଗୌଡ, ପ୍ରଦିପ ଗୌଡ,ଦିଲିପ ଗୌଡକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଶ୍ବନି କୁମାର ଭିତ୍ରିଆ କହିଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୧୨/୨୦୨୩----୮,୪୫ Sakhigopal News,20/12/2023

Blog Archive

Popular Posts