ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ
ସାକ୍ଷୀଗୋପାଳ ----- ରାଜ୍ଯ ନିର୍ହାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ସତ୍ଯବାଦୀ ବ୍ଲକ ର ବୁଥ ଗୁଡିକରେ ଭୋଟର ତାଲିକା ସଂଶୋଧନ ଆରମ୍ଭ ହୋଇଛି । ବିଭିନ୍ନ ବୁଥ ମାନଙ୍କରେ ବି ଏଲ ଓ ମାନେ ନୂତନ ଭୋଟରଙ୍କ ନାମ ସଂଯୋଗ, ମ୍ରୁତ୍ଯୁବରଣ କରିଥିବା ଲୋକଙ୍କ ନାମ ବାଦ, ଭେଟର ତାଲିକାରେ ରହିଥିବା ତ୍ରୁଟି ସଂଶୋଧନ ସହିତ ପରିଚୟ ପତ୍ର ସଂକ୍ରାନ୍ତ କାର୍ଯ୍ୟ କରୁଛନ୍ତି । ସୁପରଭାଇଜର ମାନେ ବିଭିନ୍ନ ବୁଥ ବୁଲି ଆସୁଥିବା ସମସ୍ୟା ଗୁଡିକୁ ସମାଧାନ କରିବାର ଜଣାପଡିଛି । ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବାପାଇଁ ଜିଲାପାଳ ଙ୍କ ନିର୍ଦ୍ଦେଶ ରହିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଙ୍ଗନବାଡି କର୍ମୀମାନେ କାର୍ଯ୍ୟକରୁଥିବା ଜଣାପଡିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୧୧/୨୦୨୩----୭,୨୫ Sakhigopal News,5/11/2023