Breaking News

ଅମୃତ୍ କୁଟୁମ୍ ଓ ସେବା ପରିବାରର ମିଳିତ ସହଯୋଗରେ କମଳ,ଗଦି, ମଶାରୀ ଓ ଫଳ ବଣ୍ଟନ


ବରଗଡ଼ ---ବରଗଡ ଜିଲ୍ଲା ଭେଡେନ ବ୍ଲକ ପପଙ୍ଗା ପଞ୍ଚାୟତ ର ବଡ଼ ପିପିଲିପାଲି ଗ୍ରାମରେ ଅମୃତ୍ କୁଟୁମ୍ ଓ ସେବା ପରିବାରର ମିଳିତ ଆନୁକୂଲ୍ୟରେ ଆନନ୍ଦ ସେବା ସଦନ ଅନାଥାଶ୍ରମର ଅନ୍ତେବାସୀ ମାନଙ୍କୁ ଗଦି,ବେଡସିଡ୍,ମସାରି, ଓ ଫଳ ବଣ୍ଟନ କରିଥିଲେ । ଏହି ସମୟରେ ଭେଡେନ ର ବରିଷ୍ଠ ସଚେତନ ନାଗରିକ ଦଶରଥ ମେହେରଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଗୋବିନ୍ଦ ନାଗଙ୍କ ସମେତ ଭେଡେନ ର ସ୍ଵେଚ୍ଛାସେବୀ ସଂଗଠନ ର ଅମୃତ୍ କୁଟୁମ୍ ର ସଭାପତି ଆନନ୍ଦ ସୁନା, ସମ୍ପାଦକ ଭୀଷ୍ମ ସିଂ ଛନ୍ଦ ସକ୍ରିୟ ସଭ୍ୟ କିଶୋର ମେହେର ଯୋଗଦେଇଥିଲେ। ସେବା ପରିବାରର ନରେନ୍ଦ୍ର ଭୋଇ, ସଞ୍ଜୀବ ଭୋଇ ଓ ସାଥୀ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତି ଚଣ୍ଡୀ ଚରଣ ଦେହେରୀ, ଦୟାସାଗର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।ପରିଶେଷରେ ଯୁବ ସମାଜସେବୀ ବିବେକାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୯/୨୦୨୩---୯,୫୫ Sakhigopal News,10/9/2023

Blog Archive

Popular Posts