Breaking News

ସତ୍ୟବାଦୀ ବ୍ଳକରେ ବିଦ୍ୟାଳୟ ବନ୍ଦରହିଲା; ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଆନ୍ଦୋଳନରେ ସାମିଲ ହେଲେ

  


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ପ୍ରାଥମିକ ଶିକ୍ଷକ ୟୁନିୟନର ଡାକରାରେ ବ୍ଳକର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ମାନେ ତିନିଦଫା ଦାବୀ ନେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ କାର୍ଯ୍ୟବନ୍ଦ ଆନ୍ଦୋଳନ ରେ ସାମିଲ ହୋଇଛନ୍ତି ।   ସତ୍ୟବାଦୀ ବ୍ଳକ ପ୍ରାଥମିକ ଶିକ୍ଷକ ୟୁନିୟନର ସଭାପତି  ଶିକ୍ଷକ ଶ୍ରୀ ପ୍ରହଲ୍ଲାଦ ଦାଶ , ସମ୍ପାଦକ ବିଜୟ କିଶୋର ନନ୍ଦ ଏହି ଆନ୍ଦୋଳନର ନେତ୍ୱତୃ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  ଶିକ୍ଷକ ସମନ୍ନୟ ସମିତିର ସଭାପତି ସୁକାନ୍ତ କୁମାର ମିଶ୍ର, ସମ୍ପାଦକ ସୁନୀଲ କୁମାର ବେହେରା, ଜିଲ୍ଲା ସଭାପତି ଶିକ୍ଷକ ସୋମନାଥ ନନ୍ଦ, ଜିଲ୍ଲା ପରିଷଦ ସଂଘର ସଭାପତି ଅଜୟ କୁମାର ପ୍ରଧାନ ଓ ସମ୍ପାଦକ ସୁମନ୍ତ କୁମାର ପାଳ , ଶିକ୍ଷକ ବିଜୟ କୁମାର ଦାଶ, ବିଜୁ ପାତ୍ର, କବି ପ୍ରଧାନ, ଶିକ୍ଷୟତ୍ରୀ ସୁଜତା ଦେବୀ, ଅଳକା ମିଶ୍ରଙ୍କ ସହିତ ବିଭିନ୍ନ ପଦାଧିକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆନ୍ଦୋଳନରେ ସାମିଲ ହୋଇଥିବାର ଦେଖାଯାଇଥିଲା ।  ସେମାନଙ୍କ ଦାବୀ ମଧ୍ୟରୁ ତିନୋଟି ଦାବୀ ମୁଖ୍ୟତ ରହିଛି । ପ୍ରଥମକେନ୍ଦ୍ରୀୟ ହାରରେ ଦରମା ଲାଗୁ, ଦୁତୀୟ ଦାବି ଶିକ୍ଷକ ଶିକ୍ଷୟତ୍ରୀ ନିରୁକ୍ତି ସମୟରେ ୬ ବର୍ଷରୁ ଅଧିକ ସମୟକୁ ନିଯୁକ୍ତି ରେ ଗଣନା କରିବା ଓ ପୁରୁଣା ପେନସନ ଲାଗୁ କରିବା ଦାବୀକୁ ନେଇ ଏହି ଆନ୍ଦୋଳନ ଜାରି ରହିଛି ବୋଲି ଶିକ୍ଷକ ନେତା ମାନେ କହିଛନ୍ତି । ତୁରନ୍ତ ରାଜ୍ୟ ସରକାର ଦାବୀ ଗୁଡିକ ମାନି ନେବାକୁ ଶିକ୍ଷକ ସଂଘର ନେତା ମାନେ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୧୧/୯/୨୦୨୩---୭,୧୦    Sakhigopal News, 11/8/2023

Blog Archive

Popular Posts